ଅନଗୁଳରେ ପଶିଲା କରୋନା
ଭୁବନେଶ୍ୱର: ଅନଗୁଳକୁ ପଶିଛି କରୋନା । ଏକାଥରକରେ ଏଠାରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଳରେ ଗ୍ରୀନ୍ ଜୋନରେ ରହିଥିବା ଅନଗୁଳ ଜିଲ୍ଲାବାସୀ ଏବେ ଚିନ୍ତାରେ ପଡିଯିବା ସହ ପ୍ରଶାସନ ଏବେ ହରଡଘଣାରେ ପଡିଯାଇଛି ।
ଜିଲ୍ଳାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅନଗୁଳ ଜିଲ୍ଳାର ତାଳଚେରଠାରେ ଏମସିଏଲ୍ ମେଡିକାଲ୍ କଲେଜରେ ୧୫୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କରାଯାଇଛି, ଏଥିରେ ୧୦ଟି ଆଇସିୟୁ ବେଡର ବ୍ୟବସ୍ଥା ମଧ୍ୟ ହୋଇଛି । ଚିହ୍ନଟ ହୋଇଥିବା ୧୩ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେମାନଙ୍କୁ ଏହି ସ୍ୱତନ୍ତ୍ର ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି । ଏହି ଜିଲ୍ଳାକୁ ଡେଇଁବା ପରେ ରାଜ୍ୟରେ ମୋଟ ୨୦ ଜିଲ୍ଲା କରୋନା କବଳକୁ ଚାଲି ଆସିଛି ।
ମାତ୍ର ୧୦ଟି ଜିଲ୍ଲା କରୋନା ମୁକ୍ତ ଅଂଚଳ ଭାବେ ରହିଛି । ପ୍ରବାସୀମାନେ ରାଜ୍ୟକୁ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କରୋନା ଆକ୍ରାନ୍ତ ଜିଲ୍ଳା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।