ଅନ୍ୟ ଜାତିରେ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା
ଏଥିପାଇଁ ଅର୍ଥ ରାଶି ଗ୍ରହୀତାଙ୍କ ନିମନ୍ତେ ଆୟର ସୀମା ରଖାଯାଇ ନାହିଁ। ପୂର୍ବରୁ ଦରଖାସ୍ତ ସମ୍ବନ୍ଧୀୟ ରହିଥିବା ସମସ୍ତ ପ୍ରକ୍ରିୟା ବଳବତର ରହିଛି । ଜାତୀୟ ବ୍ୟାଙ୍କରେ ଦମ୍ପତିଙ୍କ ଯୁଗ୍ମ ଆକାଉଂଟରେ ରହିଥିବା ଏହି ରାଶିରେ ପ୍ରଥମ ନାମ ମହିଳାଙ୍କର ରହିବ । ଦଂପତି ଏହି ଅର୍ଥରାଶିକୁ ତିନିବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଉଠାଣ କରପାରିବେ ନାହିଁ । ବର୍ତମାନ ସୁଦ୍ଧା ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାରେ ୫୪୩ ହିତାଧିକାରୀ ଦମ୍ପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି । ଏ ବାବଦରେ ସମୁଦାୟ ୨ କୋଟି ୬୫ ଲକ୍ଷ ୩୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଗତ ୫ ବର୍ଷ ଭିତରେ ପ୍ରାୟ ୩ ହଜାର ୮୦୦ଟି ଦମ୍ପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି । ଜିଲ୍ଲାୱାରୀ ସବୁଠାରୁ ଅଧିକ ବାଲେଶ୍ୱର, ଦ୍ୱିତୀୟରେ କଟକ ଓ ତୃତୀୟରେ ଜଗତସିଂହପୁର ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି ।
ଏହି ବର୍ଦ୍ଧିତ ଅର୍ଥରାଶି ପିଛିଲା ଭାବେ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖରୁ ଲାଗୁ ହେବ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଆଜି ପ୍ରକାଶ କରିଛନ୍ତି ।