ନବୀନ: କାଳିଆକୁ କେହି ବନ୍ଦ କରିପାରିବେନି
ଭୁବନେଶ୍ୱର, ୧୦/୪/୨୦୧୯ : ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସୁନ୍ଦରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ସୁନ୍ଦରଗଡରେ ଆୟୋଜିତ ସଭାରେ ଯୋଗଦେଇ ଉଦବୋଧନ ଦେଇ ସେ କହିଛନ୍ତି କାଳିଆ ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି ବିଜେପି ।
ସେ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନାହିଁ ବୋଲି ନବୀନ କହିଛନ୍ତି । ସରକାର ଆସିବାର ପ୍ରଥମ ଦିନରେ କାଳିଆ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।