କୁଷ୍ଠରୋଗୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ
ବନେଶ୍ୱର ୧୬.୦୬: ସର୍ବଦା ସାଧାରଣ ଅସହାୟ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛି “ଡୁଡ୍ନୁ ଫାଉଣ୍ଡେସନ ଟ୍ରଷ୍ଟ’ । ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ଏହି ଟ୍ରଷ୍ଟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ପ୍ରଶଂସା ସାଉଁଟୁଛି । ଏହି ପରିପ୍ରେକ୍ଷୀରେ ଜଟଣୀ ଯାଁଆଳା ସ୍ଥିତ “ଲେପରସି କଲୋନୀର” ଭିକ୍ଷାବୃତ୍ତି କରି ବଞ୍ଚୁଥିବା କୁଷ୍ଠରୋଗୀ ପରିବାରଙ୍କୁ କରୋନା ବିରୋଧରେ ସଚେତନତାର ବାର୍ତ୍ତା ଦେବା ସହ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଚୂଡ଼ା, ସୁଜି, ଚିନି, ବିସ୍କୁଟ୍, ମିକ୍ସର ଆଦି ଟ୍ରଷ୍ଟ ପକ୍ଷରୁ ବଣ୍ଟାଯାଇଛି ।
ଏହାକୁ ପରିଚାଳନା କରିଥିଲେ ଟ୍ରଷ୍ଟର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଞ୍ଜୀବ କୁମାର ହରିଚନ୍ଦନ, ସମାଜସେବୀ ସୁଶାନ୍ତ ସାହୁ, ପ୍ରଦୀପ ମହାପାତ୍ର, ଅମରେନ୍ଦ୍ର କେସରୀ ମହାରଥୀ, ବିକାଶ ରାଉତ, ଜ୍ୟୋତି ପ୍ରକାଶ ସ୍ୱାଇଁ, ରଶ୍ମିତା ମହାନ୍ତି, ମମତା ମହାପାତ୍ର, ଏସ୍ ରାଜିବ୍ ଗୌରବ, ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ଓ ଅନ୍ୟମାନେ ।