କୋଲକତା ଲିଙ୍କ୍, ଯାଜପୁରରୁ ପୁଣି ୩ ଚିହ୍ନଟ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ପୁଣି ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ତିନିଜଣଙ୍କର କୋଲକତା ଲିଙ୍କ୍ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୧୮ବର୍ଷିୟ ମହିଳା ଓ ୫୬ ବର୍ଷିୟ ପୁରୁଷ ଜଣକ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ହୋଇଥିବା ବେଳେ ୬୫ବର୍ଷିୟ ବୃଦ୍ଧ ଜଣକ ନିକଟରେ କୋଲକାତାରୁ ଫେରିଥିଲେ ।
ଆକ୍ରାନ୍ତ ବୃଦ୍ଧଙ୍କ ଘର ଦଶରଥପୁର ଡାହାଣିହତା ପଞ୍ଚାୟତର ଦେଓପଦା ଗାଁର ବୋଲି ଜଣାପଡିଛି ।
ଏହି ନୂତନ କରୋନା ରୋଗୀଙ୍କ ଫଳରେ ଯାଜପୁର ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ କେବଳ ଦଶରଥପୁର ବ୍ଲକର ୧୨ଜଣ ବୋଲି ଜଣାପଡିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮ ରହିଥିବା ବେଳେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଛି । ସେହିପରି ୩୯ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *