ଗୋଟିଏ ଦିନରେ ଆସିଲା ୧୦ ସୁସ୍ଥ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଶୁକ୍ରବାର ବେଶ ଶୁଭ ସାବ୍ୟସ୍ତ ହୋଇଛି । ଗୋଟିଏ ଦିନରେ ୧୦ଜଣ ଆକ୍ରାନ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି । ଏହି ୧୦ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରର ୫ଜଣ, ଭଦ୍ରକର ଦୁଇଜଣ ଓ କଟକ, ଯାଜପୁର ଏବଂ ପୁରୀର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଏହା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ ଏବଂ ସ୍ୱାସ୍ଥ୍ୟ ସେବିକା ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଯାଇଛି ।
କେବଳ ସେତିକି ନୁହେଁ ପୂର୍ବାହ୍ନରେ ମା’ ଓ ଦୁଇ ଶିଶୁଙ୍କର ପଜିଟିଭ ଆସିଥିବା ବେଳେ ବିଳମ୍ବିତ ରାତିରେ ଆଉ ୨ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବା କୁହାଯାଇଛି । ଏଣୁ ଗତକାଲି ଗୋଟିଏ ଦିନରେ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।
ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏବେ ୩୭ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *