ଗୋଟିଏ ଦିନରେ ୧୪ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସିଛି ଶୁଭ ଖବର । ଗୋଟିଏ ଦିନରେ ୧୪ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କ୍ରମାଗତଭାବେ ଏହି ଆକ୍ରାନ୍ତ ମାନଙ୍କର ନେଗେଟିଭ ଆସିବା ଫଳରେ ସେମାନଙ୍କୁ ସୁସ୍ଥ ଘୋଷଣା କରାଯିବା ସହ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାଧିକ ଭଦ୍ରକରୁ ୭ଜଣ ରହିଥିବା ବେଳେ ଭୁବନେଶ୍ୱର ଓ ବାଲେଶ୍ୱରରୁ ତିନିଜଣ ରହିଛନ୍ତି ।
ସେହିପରି କେନ୍ଦ୍ରାପଡାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡାର ଜଣେ ବ୍ୟକ୍ତି ସୁସ୍ଥ ହେବା ଫଳରେ ବର୍ତ୍ତମାନ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି । ଭଦ୍ରକର ୧୯ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରର ୪୭ଜଣ ଆକ୍ରନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱରର ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି ।
ଗୋଟିଏ ଦିନରେ ରାଜ୍ୟରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ଦୁଇଜଣ ଓ ଯାଜପୁରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।