ଗୋଟିଏ ଦିନରେ ୩୪, ଭୁବନେଶ୍ୱରକୁ ଫେରିଲା କରୋନା
ଭୁବନେଶ୍ୱର: କରୋନା ପଜିଟିଭ୍ ଚିହ୍ନଟରେ ରେକର୍ଡ କରିଛି ଆମ ରାଜ୍ୟ । ଗୋଟିଏ ଦିନରେ ସର୍ବାଧିକ ୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ସେତିକି ନୁହେଁ ଦୀର୍ଘ ଦିନ ଧରି ଭୁବନେଶ୍ୱରରୁ ଦୁରେଇ ଯାଇଥିବା କରୋନା ପୁଣି ଭୁବନେଶ୍ୱରକୁ ଫେରିଛି । ମଞ୍ଚେଶ୍ୱରରୁ ଜଣେ ୩୬ ବର୍ଷ ବୟସ୍କ ଯୁବକ ଚିହ୍ନଟ ହୋଇଥିବା ବେଳେ ଭିଏସ୍ଏସ୍ ନଗର ଅଞ୍ଚଳରୁ ଜଣେ ୩୪ ବର୍ଷ ବୟସ୍କ ଓ ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୨୮ ତାରିଖରେ ମଧୁସୂଦନନଗର ଅଚଂଳର ଜଣେ ୭୭ବର୍ଷ ବୟସ୍କ ବ୍ୟକ୍ତି ଶେଷ ଥର ପାଇଁ ରାଜଧାନୀରୁ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ଯାହାଙ୍କର ଗତ ଦୁଇଦିନ ତଳେ ମୃତ୍ୟୁ ହୋଇଯାଇଥିଲା ।
କେବଳ ଭୁବନେଶ୍ୱରରୁ ନୁହେଁ ଗଞ୍ଜାମରୁ ୨୪ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨ଜଣ, ଜଗତସିଂହପୁରରୁ ଜଣେ ଓ ମୟୁରଭଞ୍ଜରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମର କରୋନା ରୋଗୀଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟର କରୋନା ରୋଗୀଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୧୫୫ଜଣ ଚିକିତ୍ସିତ ଅଛନ୍ତି ।