ଗୋଟିଏ ଦିନରେ ୬ ପଜିଟିଭ, ୪୮ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗୋଟିଏ ଦିନରେ ୬ଟି ନମୁନା ପଜିଟିଭ ବାହାରିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ପୂର୍ବାହ୍ନରେ ଦୁଇଜଣଙ୍କ ନମୁନା ପଜିଟିଭ ଆସିଥିବା ବେଳେ ବିଳମ୍ବିତ ରାତ୍ରିରେ ଅନ୍ୟ ୪ଜଣଙ୍କ ନମୁନା ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଜିଟିଭ ବାହାରିଥିବା ସମସ୍ତ ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଏବଂ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ତଦନ୍ତ ଜାରି ରହିଛି ।
ଦିିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି । ପୂର୍ବାହ୍ନରେ ଚିହ୍ନଟ ହୋଇଥିବା ଢ଼େଙ୍କାନାଳର ୫୧ ବର୍ଷିୟ ମହିଳା ଜଣକ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟଜଣେ ୭୦ ବର୍ଷ ବୟସ୍କ ଆକ୍ରାନ୍ତ ମେଦିନାପୁରରୁ ଆମ୍ବୁଲାନ୍ସ ଯୋଗେ ଆସିଥିବା କୁହାଯାଇଛି ।
ବିଳମ୍ବିତ ରାତିରେ ପଜିଟିଭ ବାହାରିଥିବା ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଭୁବନେଶ୍ୱରର ବୋଲି ମଧ୍ୟ କୁହାଯାଉଛି । ଫଳରେ ଭୁବନେଶ୍ୱର କରୋନାର ହଟସ୍ପଟ ପାଲଟି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *