ଚାରି ରାଜ୍ୟ କରୋନା ମୁକ୍ତ, ଓଡ଼ିଶା କେବେ?

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ସଂକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଭାରତ ବର୍ଷର ଚାରି ଗୋଟି ରାଜ୍ୟ କିନ୍ତୁ ଏଥିରୁ ନିଜକୁ ମୁକୁଳାଇ ପାରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଗୋଆ ନିଜକୁ କରୋନା ମୁକ୍ତ ଘୋଷଣା କରିଥିବା ବେଳେ ପରେ ପରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରା ନିଜକୁ କରୋନା ମୁକ୍ତ ଘୋଷରା କରିଛନ୍ତି । ଗୋଆରେ ୭ଜଣ ଆକ୍ରାନ୍ତ, ଅରୁଣାଚଳ ପ୍ରଦେଶରେ ୨ଜଣ ଏବଂ ମଣିପୁର ଓ ତ୍ରିପୁରାରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିଲେ । ତେବେ ଏହି ସଂଖ୍ୟାରେ ବୃଦ୍ଧି ନଘଟିବା ସହ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଏହି ୪ରାଜ୍ୟ କରୋନା ମୁକ୍ତ ଘୋଷିତ ହୋଇଛି ।

ଏହି ଚାରି ରାଜ୍ୟ ପରି ଆମରାଜ୍ୟ ଓଡ଼ିଶା କେବେ କରୋନା ମୁକ୍ତ ହେବ ତାହା ନେଇ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । କରୋନାମୁକ୍ତ ହୋଇଥିବା ଚାରି ରାଜ୍ୟ ପରି ଓଡ଼ିଶାରେ ଦୀର୍ଘ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇନଥିଲା । ମାତ୍ର ଏକ ଅଙ୍କ ମଧ୍ୟରେ ସୀମିତ ରହିଥିଲା । ନିଜାମୁଦ୍ଦିନ୍ ଲିଙ୍କରୁ କେବଳ ବମିଖାଲ ଅଂଚଳରେ ୧୮ଜଣ, ସତ୍ୟନଗର ଅଂଚଳରେ ୪ଜଣ ଚିହ୍ନଟ ହେବା ପରେ ପରେ ସୂର୍ଯ୍ୟନଗରର ଗୋଟିଏ ପରିବାରର ୭ଜଣ ଓଡ଼ିଶାର ସଂଖ୍ୟାକୁ ବଢ଼ାଇବାରେ ସହାୟକ ହୋଇଥିଲା । ଏପରକି କେବଳ ଖୋର୍ଦ୍ଧା ଜିଲ୍ଲାରେ ୪୬ଜଣ ରୋଗୀ ଚିହ୍ନଟ୍ ହୋଇଥିଲେ । ଅବଶ୍ୟ ଦୀର୍ଘ ଏକ ସପ୍ତାହ ହେଲା ଖୋର୍ଦ୍ଧା ଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ ରାଜ୍ୟ କିନ୍ତୁ କରୋନା ମୁକ୍ତ ହେବା ଦୁରର କଥା କରୋନା ଆକ୍ରାନ୍ତରେ ଭର୍ତ୍ତି ହୋଇ ଯାଉଛି । ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲୁଛି । ସଠିକ ଭାବେ ସୀମା ସିଲ୍ ହୋଇ ନଥିବାରୁ ପଶ୍ଚିମବଙ୍ଗ ଫେରନ୍ତା ଏବେ ପ୍ରଶାସନର ନିଦ ହଜାଇ ଦେଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୯୪ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪୬ଜଣ ଓ ଏହି ତିନି ଜିଲ୍ଲାରୁ ୩୮ଜଣ ରହିଛନ୍ତି ।

ସେହିପରି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୬୦ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ କେବଳ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୩୫ରଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୩ଜଣ ଚିକିତ୍ସିତ ହେଉଛନ୍ତି । ଏଣୁ ଏହି ଚାରି ଜିଲ୍ଳାରୁ କେବଳ ଚିକିତ୍ସିତ ୬୦ ମଧ୍ୟରୁ ୫୮ଜଣ ରହିଛନ୍ତି । ଏଣୁ ଏହି ୪ଜିଲ୍ଲାକୁ ହିଁ ସମ୍ଭାଳି ପାରିଲେ ରାଜ୍ୟ କରୋନା ମୁକ୍ତ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *