ଚିନ୍ତାରେ ପ୍ରଶାସନ, ୭ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ଟପିଯାଇଛି । ଫଳରେ ରାଜ୍ୟସରକାର ଚିନ୍ତାରେ ପଡିଯାଇଛନ୍ତି । ବିଶେଷ କରି ହଟସ୍ପଟ ଭାବେ ପରିଚିତ ଥିବା ସ୍ଥାନ ଗୁଡିକ ଉପରେ ବିଶେଷ ନଜର ଦେବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ପରାମର୍ଶ ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ହୋଇଛି । ଗଞ୍ଜାମରେ ସର୍ବାଧିକ ୧୩୭୦ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରେ ୮୨୧ଜଣ, କଟକରେ ୫୭୬ଜଣ, ଯାଜପୁରରେ ୫୧୪, ଗଜପତି ୪୩୫, ବାଲେଶ୍ୱରରେ ୩୫୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଏଣୁ ହୁ ହୁ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଫଳରେ ବିଶେଷ କରି ହଟସ୍ପଟ ଭାବେ ପରିଚିତ ସ୍ଥାନ ଗୁଡିକୁ ତୀକ୍ଷଣ ନଜର ଦେବାକୁ କୁହାଯାଇଛି ।

ସେହିପରି ଆକ୍ରାନ୍ତଙ୍କ ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫ହଜାର ଟପିଯାଇଛି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୧୮୯ରେ ପହଞ୍ଚିଛି । ବିଶେଷ କରି କରୋନା ଯୋଦ୍ଧାଙ୍କ ପାଇଁ ଏହା ସମ୍ଭବପର ହୋଇପାରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗଞ୍ଜାମରେ ୯୯୩ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ ୬୩୦ଜଣ, କଟକରେ ୪୫୩ଜଣ, ଯାଜପୁର ୩୬୮ଜଣ, ଗଜପତି ୨୧୨ଜଣ, ବାଲେଶ୍ୱରରେ ୨୭୮ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି ।

କିଲର କରୋନା ରାଜ୍ୟର ୨୫ଜଣଙ୍କର ଜୀବନ ନେଇଛି । ଗଞ୍ଜାମର ୧୪ଜଣ ମୃତ୍ୟୁ ମୁଖରେ ପଡିଥିବା ବେଳେ ଖୋର୍ଦ୍ଧାର ୫ଜଣ, କଟକର ୪ଜଣ, ବରଗଡ ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ମୁଖରେ ପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *