ଦୁଇ ଦିନରେ ପୋଲିସ ଜବତ କଲା ୧୪୭୧ ଗାଡି

ଭୁବନେଶ୍ୱର୍‌: ଲକ୍ ଡାଉନ୍ ସମୟରେ ଗାଡି ବ୍ୟବହାରକୁ ବାରଣ କରାଯାଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ କମିଶନରେଟ ପୋଲିସ ୧୪୭୧ ଗାଡି ଜବତ କରିଥିବା ସୂଚନା ଦେଇଛି ।
ଚାଲି ଚାଲି କିମ୍ବା ସାଇକେଲ ଯୋଗେ ମାର୍କେଟିଂ କରିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ମାତ୍ର କିଛି ବ୍ୟକ୍ତି ଗାଡି ଯୋଗେ ମାର୍କେଟିଂ କରିବାକୁ ଆସିଥିଲେ । ଏହି ବ୍ୟକ୍ତିମାନଙ୍କ ଉପରେ ପୋଲିସ ତାର ବଳ ପ୍ରୟୋଗ କରିଛି । କିଛି ଗାଡି ଚାକଳକଙ୍କୁ ଲାଠିମାଡ କରିବା ସହ ସେମାନଙ୍କର ଗାଡିକୁ ଜବତ କରିଥିବା ମଧ୍ୟ ଜଣାପଡିଛି । ସଟ ଡାଉନ ପରେ ପରେ କିଛି ବ୍ୟକ୍ତି ହଠାତ ଗାଡି ଧରି ବାହାରକୁ ବାହାରିଥିଲେ । ତେବେ ନିକଟସ୍ଥ ତେଜରାତି ଦୋକାନରୁ ସାମଗ୍ରୀ କିଣିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଦୋକାନ ଆଗରେ ଗହଳି ନକରି ସାମାଜିକ ଦୂରତା ବଜାଇ ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । କମିଶନରେଟ ପୁଲିସ ମଧ୍ୟ ଏନେଇ ଲୋକଙ୍କୁ ଅବଗତ କରିଥିଲା । ମାର୍କେଟ୍‌କୁ ପନିପରିବା, ଗ୍ରୋସରୀ, ମେଡିସିନ୍ କିମ୍ବା ମାଛ-ମାଂସ ଆଣିବାକୁ ଗଲେ ଚାଲିଚାଲି ଯିବାକୁ କୁହାଯାଇଛି । ମାର୍କେଟ୍‌କୁ ଗାଡ଼ି ନେଲେ ତାହାକୁ ସିଜ୍ କରାଯିବ ବୋଲି ପୁଲିସ କଡ଼ା ଚେତାବନୀ ଦେଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ଗାଡି ଚାଳକ ମାନଙ୍କୁ ପୋଲିସ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ଏଥିସହିତ ସେମାନଙ୍କ ଗାଡ଼ିକୁ ମଧ୍ୟ ସିଜ୍ କରାଯାଇଥିଲା ।
ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରିଥିଲା । ଚଢ଼ଉବେଳେ ଦ୍ୱିତୀୟ ଦିନରେ ଭୁବନେଶ୍ୱରରୁ ୭୨୧ଟି ଓ କଟକରେ ୭୫୦ ଗାଡ଼ି ସିଜ୍ କରାଯାଇଥିଲା ।
ଉଲ୍ଲେଖଥାଉ କି, ସୋମବାର ଭୁବନେଶ୍ୱରରୁ ଗୋଟିଏ ଦିନରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ସାମାଜିକ ଦୂରତାକୁ ଜିରୋ-ଟଲେରାନ୍ସ ବୋଲି ଘୋଷଣା କରିଥିଲେ । କରୋନାକୁ ରୋକିବାକୁ ହେଲେ ସାମାଜିକ ଦୂରତା ଏକ ମାତ୍ର ବିକଳ୍ପ, ତେଣୁ ଏଥିରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପରେ ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ପୁଲିସ ମଙ୍ଗଳବାରଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Spread the love

Leave a Reply

Your email address will not be published. Required fields are marked *