ଦୁଇ ପରିବାରରୁ ୨୬ ଆକ୍ରାନ୍ତ, ଗୋଷ୍ଠୀ ସଂକ୍ରମଣର ପ୍ରମାଣ ନାହିଁ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ସଂଖ୍ୟାର କରୋନା ପଜିଟିଭ ବାହାରିବା ପରେ ରାଜ୍ୟବାସୀ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି । ରାଜ୍ୟରେ ମୋଟ ୩୯ଜଣ କରୋନା ପଜିଟିଭ ବାହାରିଥିବା ବେଳେ କେବଳ ରାଜଧାନୀରେ ୩୨ଜଣଙ୍କ ଠାରେ କରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଏହାକୁ ନେଇ ରାଜଧାନୀବାସୀ ବେଶ ଆତଙ୍କିତ ହୋଇପଡିଛନ୍ତି ।
୩୨ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ଦେଖାଦେଇଥିଲା । ମାତ୍ର ଏହି ଗୋଷ୍ଠୀ ସଂକ୍ରମଣର ସମ୍ଭାବନାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି । ବମିଖାଲ ଅଂଚଳରେ ଗୋଟିଏ ପରିବାରରୁ ୩ଜଣ ପଜିଟିଭ ବାହାରିଥିବା ବେଳେ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କର କରୋନା ପଜିଟିଭ ବାହରିଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ସେହିପରି ସୂର୍ଯ୍ୟନଗର ଅଂଚଳରେ ବାହାରିଥିବା ରୋଗୀଙ୍କ ପରିବାରର ୭ଜଣଙ୍କର ପଜିଟିଭ ବାହାରିଥିଲା । ଏଣୁ ଏହି ଦୁଇ ପରିବାରର ୨୬ଜଣ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଚାଲିଚାଲି ଯିବାକୁ ଅନୁରୋଧ କରାଯାଇଛି । ଲକ୍ ଡାଉନ୍ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *