ଦୁଇ ସପ୍ତାହ ବଢ଼ିଲା ଲକ୍ ଡାଉନ୍ ଅବଧି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । ତେବେ ଏଥର ଗ୍ରୀନ୍ ଜୋନ୍ ଓ ଅରେଞ୍ଜ ଜୋନ୍ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ତେବେ ରେଡ୍ ଜୋନ୍ ପାଇଁ ଅଧିକ କଟକଣା ରହିବ ।
ଏହି ଲକଡାଉନ୍ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଲକଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ ଦେଶର ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କୁ ଭେଟି ଆଲୋଚନା କରିଥିଲେ ।