ଦେଶ ସେବାରେ ଲାଗିଛି ୪୯୦ ଲାଇଫ୍ ଲାଇନ୍ ବିମାନ

ନୂଆଦିଲ୍ଲୀ, ମେ ୯: ଲାଇଫଲାଇନ ଉଡାଣ ଅଧୀନରେ 490 ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ ଏବଂ ଘରୋଇ ବିମାନ ଚଳାଚଳ କରୁଛି । ସେଥିମଧ୍ୟରୁ 289 ଟି ବିମାନ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେଉଛି । ଗତକାଲି ଭାରତୀୟ ବାୟୁସେନାର 8ଟି ବିମାନ ପରିଚାଳନା କରୁଥିବା ବେଳେ ଆଲାଏନ୍ସ ଏୟାର ଦ୍ଵାରା 2ଟି ବିମାନ ପରିଚାଳିତ ହେଉଛି । ଲାଇଫଲାଇନ ବିମାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା 4,73,609 କିଲୋମିଟର ଦୂରତା ଅତିକ୍ରମ କରିସାରିଲେଣି । କୋଭିଡ-19 ବିରୋଧରେ ଭାରତର ଲଢେଇରେ ସହାୟତା କରିବା ପାଇଁ ଦେଶର ଦୂରବର୍ତ୍ତୀ ଅଞ୍ଚଳକୁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ବିମାନଗୁଡିକ ପରିଚାଳିତ ହେଉଛି ।

ପବନ ହଂସ ଲିମିଟେଡ ସମେତ ହେଲିକପ୍ଟର ସେବା ଦ୍ଵାରା ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ଓ ରୋଗୀମାନଙ୍କୁ ପରିବହନ କରାଯାଉଛି । ପବନ ହଂସ 8 ମେ’ 2020 ସୁଦ୍ଧା 2.32 ଟନ କାର୍ଗୋ ସହିତ 8,001 କିଲୋମିଟର ରାସ୍ତା ଅତିକ୍ରମ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ଭିସ୍ତାରା ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତ୍ତିରେ କାର୍ଗୋ ବିମାନ ପରିଚାଳନା କରୁଛନ୍ତି । 24 ମାର୍ଚ୍ଚରୁ 8 ମଇ 2020 ମଧ୍ୟରେ, ସ୍ପାଇସଜେଟ୍ 15,46,809 କିଲୋମିଟର ଉଡାଣ ଭାରି 6,587 ଟନ ସାମଗ୍ରୀ ପରିବହନ କରିଛି । ସେଥିମଧ୍ୟରୁ 337ଟି ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଅନ୍ତର୍ଭୁକ୍ତ । ମାର୍ଚ୍ଚ 25 ରୁ 8 ମଇ 2020 ମଧ୍ୟରେ, ବ୍ଲୁ ଡାର୍ଟ 3,55,515 କିଲୋମିଟର ଦୂରତା ବିଶିଷ୍ଟ 311 କାର୍ଗୋ ବିମାନ ସାହାଯ୍ୟରେ 5,231 ଟନ୍ ସାମଗ୍ରୀ ବିତରଣ କରିଛି, ଯେଉଁଥିରେ 16ଟି ଅନ୍ତର୍ଜାତୀୟ କାର୍ଗୋ ବିମାନ ରହିଥିଲା । ସେହିପରି ଇଣ୍ଡିଗୋ 3 ଏପ୍ରିଲରୁ 8 ମଇ ମଧ୍ୟରେ 121 କାର୍ଗୋ ବିମାନ ପରିଚାଳନା କରି 1,96,263 କିଲୋମିଟର ଦୂରତା ଅତିକ୍ରମ କରିବା ସହିତ ପ୍ରାୟ 585 ଟନ ମାଲ ପରିବହନ କରିପାରିଛି । ଏଥିରେ 46ଟି ଅନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ । ଏହା ମଧ୍ୟରେ ସରକାରଙ୍କ ମାଗଣା ଚିକିତ୍ସା ସାମଗ୍ରୀ ମଧ୍ୟ ରହିଛି । ଭିସ୍ତାରା 19 ଏପ୍ରିଲରୁ 8 ମେ ମଧ୍ୟରେ 23ଟି କାର୍ଗୋ ବିମାନ ପରିଚାଳନା କରି 32,321 କିଲୋମିଟର ଦୂରତା ଅତିକ୍ରମ କରି ପ୍ରାୟ 32 ଟନ ମାଲ ପରିବହନ କରିପାରିଛି ।

ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ-19 ରିଲିଫ ସାମଗ୍ରୀ ବିତରଣ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ପ୍ରତିଷ୍ଠା କରାଯାଇଥିଲା । ଏୟାର ଇଣ୍ଡିଆ ଆଣିଥିବା ମେଡିକାଲ ମାଲଗୁଡିକର ମୋଟ ପରିମାଣ ହେଉଛି 1075 ଟନ । ଗ୍ୱାଙ୍ଗଝୋ ଏବଂ ସାଂଘାଇରୁ ପ୍ରାୟ 131 ଟନ ଏବଂ ହଂକଂରୁ 24 ଟନ ମାଲ ବ୍ଲୁ ଡାର୍ଟ ଦ୍ଵାରା ଏପ୍ରିଲ 14 ରୁ ମେ 8, 2020 ମଧ୍ୟରେ ପରିବହନ କରାଯାଇଥିଲା । ସ୍ପାଇସ ଜେଟ ସାଂଘାଇ ଓ ଗ୍ୱାଙ୍ଗଝୋରୁ 205 ଟନ ଏବଂ 8 ମଇ 2020 ସୁଦ୍ଧା ହଂକଂ ଏବଂ ସିଙ୍ଗାପୁରରୁ 21 ଟନ ଚିକିତ୍ସା ସାମଗ୍ରୀ ଉଠାଇଛି ।

Spread the love

Leave a Reply

Your email address will not be published. Required fields are marked *