ହାରାମଣି ଦେବୀଙ୍କ ପରଲୋକ
ଭୁବନେଶ୍ୱର, ୨୦/୧୨: ସ୍ୱର୍ଗତ ହରେକୃଷ୍ଣ ତ୍ରିପାଠୀଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ହାରାମଣି ଦେବୀଙ୍କ ୟୁନିଟ୍ ୬ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ମେଳାପି, ସ୍ନେହି, ଧର୍ମପରାୟାଣା ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।
ମୃତ୍ୟୁ ସମୟରେ ତାଙ୍କ ପାଖରେ କନିଷ୍ଟ ପୁତ୍ର ବ୍ୟାଙ୍କ ମ୍ୟାନେଜର ପ୍ରମୋଦ କୁମାର ତ୍ରିପାଠୀ, ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ମଧ୍ୟମ ପୁତ୍ର ଅଧ୍ୟାପକ ମଧୁସୂଦନ ଦାଶ, ବୋହୂ ଅଧ୍ୟାପିକା ରେଖା ଦାଶ, ଜ୍ୟେଷ୍ଠ ଜାମାତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମିଶ୍ର, କନିଷ୍ଠ ଜାମାତା ଆୟକର ବିଭାଗର ପ୍ରାକ୍ତନ ମୁଖ୍ୟ କମିଶନର କୈଳାସ ଚନ୍ଦ୍ର ଷଡଙ୍ଗୀ, କନିଷ୍ଠା କନ୍ୟା ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷା ସୁଷମା ତ୍ରିପାଠୀ, ପୁତୁରା ଓଡିଶା ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ ଦକ୍ଷ ପ୍ରସାଦ ନନ୍ଦ ଓ ନାତି ପାର୍ଥ ସାରଥୀ ମିଶ୍ରଙ୍କ ସହିତ ପରିବାରର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।