ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
ଭୁବନେଶ୍ୱର: ସୁସ୍ଥ ହୋଇଛନ୍ତି ଜଗତର ନାଥ । ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପିଡୀତ ହେବା ପରେ ଏବେ ସୁସ୍ଥ ହୋଇଛନ୍ତି, ଏପରିକି ନବଯୌବନ ଦର୍ଶନ ଦେବାକୁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସବୁ ବର୍ଷ ପରି ଦିନେ ନୁହେଁ ବରଂ ତିନି ଦିନ ପାଇଁ ନବ ଯୌବନ ଦର୍ଶନ ପାଇଁ ଜଗତର ନାଥ ପ୍ରସ୍ତୁତ । କିନ୍ତୁ ତାଙ୍କର ନବ ଯୌବନ ଦର୍ଶନରୁ ସାଧାରଣ ଭକ୍ତ ବଞ୍ଚିତ ହେବେ ।
ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ବାଧକ ସାଜିଛି । ଏଣୁ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ସମାପ୍ତ ହେବ, ମାତ୍ର କୌଣସି ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ । ଚଳିତ ବର୍ଷ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ତିନିଦିନ ଧରି ନବ ଯୌବନ ଦର୍ଶନର ସମୟ ରହିଥିଲା । ଭକ୍ତ ଏହି ତିନି ଦିନରେ ମନଭରି ତାର ଭଗବାନଙ୍କର ଦର୍ଶନ ପାଇବ ବୋଲି ଚିନ୍ତା ମଧ୍ୟ କରିନେଇଥିଲା । ମାତ୍ର କରୋନା ସମସ୍ତ ଯୋଜନାକୁ ବିଗାଡି ଦେଇଛି ।
ଦୀର୍ଘ ତିନିମାସ ଧାରି ଭକ୍ତ ଓ ଭଗବାନଙ୍କର ମିଳନ ମଧ୍ୟ ହୋଇପାରି ନାହିଁ । ରଥଯାତ୍ରାରେ ଭକ୍ତ ତାର ଚର୍ମ ଚକ୍ଷୁରେ ଦର୍ଶନ କରିବ ବୋଲି ଚିନ୍ତା କରିଥିଲା । ମାତ୍ର ସୁପ୍ରିମ କୋର୍ଟ ମଧ୍ୟ ରଥଯାତ୍ରାରେ ରୋକ ଲଗାଇଛନ୍ତି । ମାତ୍ର ପୁଣି ଜଣେ ସାଲବେଗ ସୁପ୍ରିମ କୋର୍ଟରେ ରିଭୁ୍ୟ ପିଟିସନ ଦାଖଲ କରିବା ପରେ ରଥଯାତ୍ରା ପାଇଁ ଏକ ଆଶାାର ଆଲୋକ ଦୃଶ୍ୟମାନ ହୋଇଛି । ଆସନ୍ତା ସୋମବାର ଦିନ ରଥଯାତ୍ରା ନେଇ ଦେଖାଯାଇଥିବା ସମସ୍ତ କଳ୍ପନା ଜଳ୍ପନା ସ୍ପଷ୍ଟ ହୋଇଯିବ ।