ନିଆଁ ପରି ମାଡୁଛି କରୋନା, ପୁଣି ୮୬

ଭୁବନେଶ୍ୱର: ରାଜ୍ୟରେ ନିଆଁ ଲାଗିବା ପରି ମାଡି ଚାଲୁଛି କରୋନା । ଆଜି ପୂର୍ବାହ୍ନରେ ପୁଣି ୮୬ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ହୋଇଛି ।

ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୂୁ ସର୍ବାଧିକ ରୋଗୀ ଯାଜପୁରରେ ରହିଥିବା କୁହାଯାଇଛି । ଯାଜପୁରରୁ ୪୬ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧ଜଣ, ନୟାଗଡ଼ରୁ ୬, ଗଞ୍ଜାମରୁ ୫, ବାଲେଶ୍ୱର, ଭଦ୍ରକ,କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧାରୁ ୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଦୁଇଜଣ ଓ ସୁନ୍ଦରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୫ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି ।

ସେହିଭଳି ରାଜ୍ୟର ସକ୍ରିୟ ମାମଲା ମଧ୍ୟ ୭୮୯କୁ ବୃଦ୍ଧି ପାଇଥିବା ବେଳେ ୩୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମର ରୋଗୀ ସଂଖ୍ୟା ୩୨୨ ହୋଇଥିବା ବେଳେ ଯାଜପୁରର ରୋଗୀ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ସେହିଭଳି ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହୋଇଛି ।

ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଭୁବନେଶ୍ୱରର ୨ଜଣ ରହିଥିବା ବେଳେ ଖୋର୍ଦ୍ଧା କେରଙ୍ଗ ଗ୍ରାମର ଜଣେ ରହିଛନ୍ତି । କେରଙ୍ଗ ଗ୍ରାମର ଏହି ୨୩ ବର୍ଷିୟ ଯୁବକ ଜଣକ ନିକଟରେ ମହାରାଷ୍ଟ୍ରରୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *