ନୂଆପଡାର ଚିହ୍ନଟ ହେଲା ପ୍ରଥମ କରୋନା ରୋଗୀ
ଭୁବନେଶ୍ୱର: ଦୀର୍ଘ ଦିନ ଧରି ଗ୍ରୀନ୍ ଜୋନରେ ରହିଥିବା ନୂଆପନା ଜିଲ୍ଳାକୁ ଧସେଇ ପଶିଛି କରୋନା । ପ୍ରଥମ ଥର ପାଇଁ ଜିଲ୍ଲାରେ ଏହି କରୋନା ରୋଗୀଜଣକ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆକ୍ରାନ୍ତ ଜଣକ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ତାଙ୍କର କରୋନା ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଏହି ଚିହ୍ନଟ ଫଳରେ ରାଜ୍ୟର ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ମାତ୍ର ତିନି ଗୋଟି ଜିଲ୍ଲା ଏବେ କରୋନା ଠାରୁ ଦୁରେଇ ରହିଛନ୍ତି । ଜିଲ୍ଲା ଗୁଡିକ ହେଲା ବରଗଡ଼, ରାୟଗଡ଼ା ଓ ସୋନପୁର । ଏହି ଜିଲ୍ଲା ଗୁଡିକୁ କିପରି କରୋନା ନବ୍ୟାପିବ ସେ ନେଇ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଉଛନ୍ତି ।
ରାଜ୍ୟରେ ନୂତନ ଭାବେ ୬୭ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ହୋଇଛି । ୪୯୭ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩୨ଜଣ ସକ୍ରିୟ କରୋନା ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି ।