ବିଏମ୍‌ସି କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର, ୨୪/୦୫: କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ପରିବେଶ ଓ ରାସ୍ତାଘାଟ ଏବଂ କଲୋନୀକୁ ସଫାସୁତୁରା ରଖିଥିବା ବିଏମ୍‌ସି କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ୮ ନମ୍ବର ୱାର୍ଡ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଦୁର୍ଗାପୂଜା ପଡିଆ ଠାରେ ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍‌ସିର ଡେପୁଟି କମିଶନର ସୁରଥ ମଲ୍ଲିକ କହିଥିଲେ ଜନସାଧାରଣଙ୍କ ସେବା ପାଇଁ ସବୁବେଳେ ବିଏମ୍‌ସି ତା’ର କାର୍ଯ୍ୟ ଜାରି ରଖିଛି । ପରିବେଶକୁ ପରିଚ୍ଛନ୍ନ ରଖୁଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତ ଯୋଦ୍ଧା । ସେମାନଙ୍କୁ ସମ୍ମାନୀତ କଲେ ତାଙ୍କର କାମ କରିବାର ଉତ୍ସାହ ବଢ଼ିବ । ଏଥିସହିତ ମନୋଜ ସାହୁଙ୍କ ଦୀର୍ଘ ୬୦ ଦିନର କାର୍ଯ୍ୟକୁ ପ୍ରଶଂସା କରିବା ସହ ସଫେଇ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଡିଷ୍ଟ୍ରିକ୍ଟ ସେଣ୍ଟର ଓନରସ୍ ଆସୋସିଏସନ୍‌ର ସାଧାରଣ ସଂପାଦକ ସତ୍ୟନାରାୟଣ ମହାନ୍ତି, ସାମ୍ବାଦିକ ସୁକାନ୍ତ ରାଉତ, ରାମ୍‌କୀର କର୍ମଚାରୀ କେ.ଏଲ୍‌. ଶ୍ରୀନିବାସ, ମନୋଜ ସିଂ, ଲକ୍ଷ୍ମୀଧର ପ୍ରଧାନ ଓ ଆବାସିକ ସଂଘର କୋଷାଧ୍ୟକ୍ଷ ସୁନିଲ ରାଏ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ସଫେଇ କର୍ମଚାରୀ ଓ ସୁପରଭାଇଜର ପର୍ଶୁନାଥ ଘଡେଇ, ବିଜୟ କୁମାର ବେହେରା, ସୋମନାଥ ବେହେରା, କିଶୋର କୁମାର ରାଉତଙ୍କୁ ଉତ୍ତରୀୟ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ଏବଂ କର୍ମଚାରୀ ମାନଙ୍କୁ ଶ୍ରୀ ସାହୁଙ୍କ ତରଫରୁ ପନିପରିବା ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉଦୀୟମାନ ଯୁବକ କାଠିଆ, ଜଗା, କାଳୁ, ସଂଗ୍ରାମ, ପିଲୁ, ଚନ୍ଦୁ, ରାମ, ଦେବେନ୍ଦ୍ର, ରାଜା ଓ ଲିପୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *