ଉତ୍ତରାଖଣ୍ଡରେ ଫସିଥିବା ୨୪ଜଣ ଛାତ୍ରଛାତ୍ରୀ ଓଡିଶା ଫେରିଲେ

ଭୁବନେଶ୍ବର, ୭।୫: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଉତ୍ତରାଖଣ୍ଡରେ ଫସିଥିବା କେନ୍ଦ୍ରାପଡା ଜବାହାର ନବୋଦୟ ବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ଓଡିଶା ଫେରିଲେ। ଏହି ଛାତ୍ରଛାତ୍ରୀ ମାନେ ଆଜି ସଂଧ୍ୟା ସୁଧା କେନ୍ଦ୍ରାପଡାରେ ପହଞ୍ଚିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ସାରା ଦେଶରେ କରୋନା ଲକ୍‌ଡାଉନ୍ ଯୋଗୁ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗଠାରେ କେନ୍ଦ୍ରାପଡା ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ଫସି ରହିଥିଲେ। ଏହି ଛାତ୍ରଛାତ୍ରୀ ମାନେ ରୁଦ୍ରପ୍ରୟାଗରେ ଥିବା ନବୋଦୟ ବିଦ୍ୟାଳୟ ଯାଇଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଫେରାଇ ଆଣିବାପାଇଁ ସେମାନଙ୍କ ଅବିଭାବକ ମାନେ କେନ୍ଦ୍ରାପଡା ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ।

ଶ୍ରୀ ପଣ୍ଡାଙ୍କ ତରଫରୁ ଉତ୍ତରାଖଣ୍ଡ ପ୍ରଶାସନ ସହ ଯୋଗାଯୋଗ କରିବାପରେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଏକ ବସ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ରୁଦ୍ରପ୍ରୟାଗରୁ ଏହି ବସ ବାହାରି ସାରିଥିବାବେଳେ ଆଜି ସଂଧ୍ୟାରେ କେନ୍ଦ୍ରାପଡାରେ ପହଞ୍ଚିବାର ସୂଚନା ମିଳିଛି।

ରୁଦ୍ରପ୍ରୟାଗରୁ ସୁରକ୍ଷିତ ଭାବେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଫେରାଇ ଆଣିବା ସହ ତୁରନ୍ତ ହସ୍ତକ୍ଷେପ କରିଥିବାରୁ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି। ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ମଧ୍ୟ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *