ମେ’ ୩ ଯାଏ ବଢ଼ିଲା ଲକ୍ ଡାଉନ ଅବଧି

ଭୁବନେଶ୍ୱର: କରୋନାର ଭୟାବହତାକୁ ଦେଖି କେନ୍ଦ୍ରସରକାର ଲକ୍ ଡାଉନ ଅବଧିକୁ ମେ’ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶ ଓ ଦେଶବାସୀଙ୍କର ହିତକୁ ଦୃଷ୍ଟିରେ ରଖି ଏହି ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ରାଜ୍ୟମାନଙ୍କ ସହ ସେ ବାରମ୍ବାର ଆଲୋଚନା କରିଥିବା ବେଳେ ବହୁ ରାଜ୍ୟ ମଧ୍ୟ ସେମାନଙ୍କର ଲକ୍ ଡାଉନ୍ ଅବଧିକୁ ବଢ଼ାଇ ସାରିଛନ୍ତି । କେବଳ ସେତିକି ନୁହେଁ ପ୍ରଥମେ ଜୀବନ ଓ ପରେ ଅର୍ଥନୀତି ବୋଲି ସେ ତାଙ୍କର ଭାଷଣରେ ମଧ୍ୟ କହିଛନ୍ତି ।
ଏହି ଲକ୍ ଡାଉନ୍ ସମୟରେ କୌଣସି ସଂସ୍ଥା ସେମାନଙ୍କର କର୍ମଚାରୀଙ୍କୁ ଛଟେଇ ନକରିବାକୁ ସେ ଅନୁରୋଧ କରିଥିବା ବେଳେ ନିଜ ସାମ୍ନାରେ ଆସୁଥିବା ଭୋକିଲା ବ୍ୟକ୍ତିଙ୍କୁ ଯଥାସମ୍ଭବ ଖାଦ୍ୟ ପ୍ରଦାନ ପାଇଁ ସେ ଅନୁରୋଧ କରିଛନ୍ତି । ଏହା ସହ କରୋନା ଯୁଦ୍ଧକୁ ଜିତିବାପାଇଁ ପ୍ରଧାନମନ୍ତ୍ରୀ ଅତିକମରେ ୭ଟି ସୁତ୍ର ଆପଣେଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ବୃଦ୍ଧ ବୃଦ୍ଧା ମାନେ କରୋନା ପ୍ରତି ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କ ଯତ୍ନ ନେବା, ସାମଜିକ ସଙ୍ଗରୋଧକୁ ମାନିବା, ନିଜର ରୋଗ ପ୍ରତିରୋଧ ଶକ୍ତିକୁ ବଢାଇବା, ଆରୋଗ୍ୟ ସେତୁ ମୋବାଇଲ ଆପ୍ ଡାଉନଲୋଡ କରିବା, ଆଖପାଖରେ ଥିବା ଗରୀବ ପରିବାରକୁ ଦେଖିବା, ନିଜ ଅଧିନସ୍ଥ କର୍ମଚାରୀଙ୍କ ଚାକିରୀକୁ ସୁରକ୍ଷିତ କରିବା, କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *