ଇଏସ୍ଆଇ: ମୈାଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

ଭୁବନେଶ୍ୱର ତା ୨୩/୧୧, ଓଡିଶାରେ ରାଜ୍ୟ ସ୍ୱାସ୍ଥ୍ୟବୀମା ଅଧୀନରେ ଯାଉଥିବା ହିତାଧିକାରୀ ମାନେ ଆଜିପର୍ଯ୍ୟନ୍ତ ମୈାଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି । ବିଭିନ୍ନ ସମୟରେ ସଂଘ ତରଫରୁ ଦାବି ଉପସ୍ଥାପନା କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ଏବଂ ଡାକ୍ତର ଓ କର୍ମଚାରୀମାନେ ନିଜ ନିଜର ମନ୍ମାନିରେ କାର୍ଯ୍ୟ କରୁଛନ୍ତି, ଅସୁବିଧା ଭୋଗୁଛନ୍ତି ରୋଗୀମାନେ । ଦାବି ମୁତାବକ ଉନ୍ନତମାନର ଔଷଧ ଯୋଗାଇଦେବା, ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ନକରି ଉପଯୁକ୍ତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାର ଚିକିତ୍ସା କରାଇ ରୋଗୀଙ୍କୁ ସଠିକ୍ ଔଷଧ ଦେବା, ମଧ୍ୟାହ୍ନ ପରେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଉପସ୍ଥିତ ରହି ସେବା ଯୋଗାଇବା, ରୋଗୀଙ୍କୁ କର୍ମଚାରୀ ମାନଙ୍କର ଦୁର୍ବ୍ୟବହାର ବନ୍ଦ କରିବା, ନିର୍ଦ୍ଧାରିତ ସମୟରେ ବିଲ୍ ପୈଠ କରିବା ଓ ଅସାଧୁ ଉପାୟରେ ଅଧିକ ବିଲ୍ ପୈଠ ପ୍ରକ୍ରିୟାକୁ ବନ୍ଦ କରିବା, ଚକ୍ଷୁ ଚିକିତ୍ସା ନାମରେ ଅର୍ଥ ଆତ୍ମସାତ କରିବା, ରେଫରାଲ୍ ହସ୍ପିଟାଲରେ ଆଇ.ସି.ୟୁ.ରେ ଥିବା ରୋଗୀଙ୍କୁ ଶୀଘ୍ର ନଆଣି ଭଲ ଚିକିତ୍ସା ଦେବା, ନୂତନ ହସ୍ପିଟାଲ ଗୃହକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିଦ୍ୟୁତ୍ ତଥା ପ୍ରଦୂଷଣ ବ୍ୟବସ୍ଥା କରାଇବା ଓ ଶାରୀରିକ ଅକ୍ଷମଙ୍କ ପାଇଁ ଉନ୍ନତ ସେବା ନିମନ୍ତେ ଏନ୍ଓସି ବିଡିଏ ଦ୍ୱାରା ଅଧୀକୃତ ପ୍ରମାଣପତ୍ର, ସ୍ୱଚ୍ଛତା ବ୍ୟବସ୍ଥା ଏବଂ ମେଡିକାଲ କଲେଜ କରିବା ନେଇ ନିଖିଳ ଓଡିଶା କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟବୀମା ହିତାଧିକାରୀ ମହାସଂଘର ସଭାପତି ଇଂ. ଅଭୟ କୁମାର ସାମନ୍ତରାୟଙ୍କ ଆହ୍ୱାନରେ ୟୁନିଟ୍ ୫ ସ୍ଥିତ କର୍ମଚାରୀ ସଭା ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପବିତ୍ର ସାହୁ, ସୁରେଶ ଚନ୍ଦ୍ର ବେହେରା, ନନ୍ଦକିଶୋର ସାହୁ, ସୁଶାନ୍ତ କୁମାର ସାବତ ଓ ନିର୍ମଳ ଷଡଙ୍ଗୀ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏହା କହିଛନ୍ତି । ଆଗାମୀ ଦିନରେ ଏହାର ବିଚାର କରାନଗଲେ ସଂଘର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *