ଯାଜପୁରରୁ ସୁସ୍ଥ ହେଲେ ୧୫ଜଣ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଏକା ଥରକରେ ଆଜି ୧୫ଜଣ କରୋନା ମୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେମାନଙ୍କର କରୋନା ନେଗେଟିଭ୍ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ମଧ୍ୟ କୁହାଯାଇଛି । ଫଳରେ ଯାଜପୁରର ମୋଟ ୮୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮ଜଣ ସୁସ୍ଥ ହୋଇଥିବା କୁହାଯାଇଛି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୫୮ଜଣ ସୁସ୍ଥ ହୋଇଥିବା କୁହାଯାଇଛି ।

ପଶ୍ଚିମବଙ୍ଗରୁ ପ୍ରବାସୀ ମାନେ ଫେରିବା ପରେ ବିଶେଷ କରି ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଅଂଚଳରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିଲା । ପୂର୍ବରୁ ମଧ୍ୟ ଏକ ଥରକରେ ଯାଜପୁର ଜିଲ୍ଲାର ୩୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *