ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ, ରୋଗୀ ସଂଖ୍ୟା ୪୨ରେ ପହଞ୍ଚିଲା
ଭୁବନେଶ୍ୱର: ରାଜ୍ୟରେ ହୋଇଛି ପ୍ରଥମ କରୋନା ମୃତ୍ୟୁ । ଭୁବନେଶ୍ୱର ଝାରପଡା ଅଂଚଳର ଜଣେ ୭୨ ବର୍ଷିୟ ବ୍ୟକ୍ତିଙ୍କର ଗତକାଲି କରୋନା ଜନିତ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୪ ତାରିଖ ଦିନ ସେ ଶ୍ୱାସ ଜନିତ ରୋଗ ଓ ଥଣ୍ଡା ଜ୍ୱର ଯୋଗୁ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ମାତ୍ର ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଉଚ୍ଚରକ୍ତଚାପ ଓ ମଧୁମେହରେ ମଧ୍ୟ ପିଡୀତ ଥିବା ଜଣାପଡିଛି । ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରିପୋର୍ଟ ତାଙ୍କର ପଜିଟିଭ ଆସିବା ପରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ ପ୍ରକ୍ରିୟ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣା ରାଜ୍ୟର ପ୍ରଥମ ଘଟଣା ବୋଲି କୁହାଯାଇଛି ।
କେବଳ ସେତିକି ନୁହେଁ ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ ୪୫ବର୍ଷିୟ ଯୁବକଙ୍କ ନିକଟରେ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।