ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

କଟକ, ମେ ୩୦: କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରାଜ୍ୟବ୍ୟାପି “ବନ୍ଦେ ଉତ୍କଳ ଜନନୀ’ ଗାନ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଂଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ୭ଶହରୁ ଉର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀମାନେ ବକ୍ସିବଜାରସ୍ଥିତ ରିଜର୍ଭ ପଡ଼ିଆରେ ଆଜି ସନ୍ଧ୍ୟା ୫.୩୦ ଘଟିକାରେ ଏକତ୍ରିତ ହୋଇ ସାମାଜିକ ଦୁରତ୍ୱ ଅବଲମ୍ବନ କରି ସମବେତ ଭାବେ “ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପଦର୍ଶନ କରିଥିଲେ ।

ରାଜ୍ୟ ପୋଲିସର ପାଇପ ବ୍ୟାଣ୍ଡ ଦଳ ମଧ୍ୟ ଏଥିରେ ସାମିଲ ହୋଇ ବ୍ୟାଣ୍ଡ ମାଧ୍ୟମରେ “ବନ୍ଦେ ଉତ୍କଳ ଜନନୀ’ର ଧୁମ୍ ପ୍ରଦର୍ଶନ କରିଥିଲେ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ଅତିରିକ୍ତ ଡ଼ିଜି ଏସ୍‌.ଏମ୍‌.ନରଭାଣେ, ଅତିରିକ୍ତ ଡ଼ିଜି ବିନୟ ତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଲେଖା ଲୋହାନୀ, ଯତିନ୍ଦ୍ର କୋଏଲ, ଅମିତେନ୍ଦ୍ରନାଥ ସିହ୍ନା, ପ୍ରବୀଣ କୁମାର, ଏଆଇ ବିବେକାନନ୍ଦ ଶର୍ମାଙ୍କ ସମେତ ଏଆଇଜି ସଂସ୍ଥା ଅଧିକାର, ଉପ ବିଭାଗ ଅଧିକାରି ଓ କର୍ମଚାରୀମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ମାନ ପଦର୍ଶନ କରିଥିଲେ । ସହକାରୀ ଦୁର୍ଗପତି ଦୀପକ କୁମାର ଗଡ଼ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *