ଦୁଃଖ ପ୍ରକାଶ କଲେ ସୁର

ଭୁବନେଶ୍ୱର, ୨୪/୭: କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି । ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ୍ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ୍ ହସ୍ପିଟାଲ ଏହି କରୋନା ମହାମାରୀ ସମୟରେ ପ୍ରମୁଖ ଭୂମି‌କା ଗ୍ରହଣ କରିଛି । ଭୁବନେଶ୍ୱରରେ ୫୨୫ ଶଯ୍ୟା, କେନ୍ଦ୍ରାପଡ଼ାରେ ୧୭୦ ଶଯ୍ୟା, ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ୍ ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ନେଇଛି ।

କେବଳ ସେତିକି ନୁହେଁ, କୋଭିଡ଼୍ ପରୀକ୍ଷା ନିମନ୍ତେ ସମ୍ ରାଜ୍ୟର ପ୍ରଥମ ଘରୋଇ ମେଡ଼ିକାଲ କଲେଜ ଭାବେ ମନୋନୀତ ହୋଇ କରୋନା ଚିକିତ୍ସା କରୁଛି । ଏହାଛଡ଼ା ସମ୍ ହସ୍ପିଟାଲରେ କୋଭିଡ଼ ୧୯ ଭ୍ୟାକସିନ୍ ପରୀକ୍ଷଣ କରାଯାଉଛି । ପରିକ୍ଷଣ ନିମନ୍ତେ ମନୋନିତ ଦେଶର ୧୩ଟି ମେଡ଼ିକାଲ୍ ଅନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍ ମନୋନୀତ ହୋଇ ପରିକ୍ଷଣ ଆରମ୍ଭ କରିଛି । ଏହାସହ ଲୋକଙ୍କୁ କରୋନା ସମୟରେ କିପରି ସଚେତନ ରହିବାକୁ ହେବ ତାହା ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ମାଧ୍ୟମରେ ସଚେତନ କରୁଛନ୍ତି ।

ତେବେ ନିକଟରେ ରାଜ୍ୟ ସରକାର କୋଭିଡ଼୍ ପାଇଁ ୧୯ ହଜାର କୋଟି ଖର୍ଚ୍ଚ କରିଥିବା ହିସାବ ଦେବା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ସମ୍ ଓ କିଟ୍ ପରି ଘରୋଇ ହସ୍ପପିଟାଲ୍ ବେଡ଼ ଗୋଟିକ ପାଇଁ ଅଧିକ ଅର୍ଥ ନେଉଥିବା ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ଏନେଇ ଅନୁସନ୍ଧାନ କରିବା ପରେ ନିଜେ ବିଧାୟକ ସୁର ରାଉତରାୟ ଦୁଃଖ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି ‘ସମ୍ ହସ୍ପିଟାଲ୍ ଭଲ ରୋଗୀ ସେବା କରୁଛି । ମୋ ଅଂଚଳର ରୋଗୀମାନେ ମଧ୍ୟ ଉପକୃତ ହେଉଛନ୍ତି । ମୁଁ ବାଉଳାରେ ଏପରି କହିଦେଇଥିଲି । ତେଣୁ ଦୁଃଖ ପ୍ରକାଶ କରୁଛି ।’ ଅନ୍ୟପଟେ ଭୂଲ ତଥ୍ୟ ଦେଇ ବିଧାୟକ ଦୁଃଖ ପ୍ରକାଶ କରିବା ତାଙ୍କର ମହାନପଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *