ଲୋକସେବା ଭବନରେ ପ୍ରବେଶ କଟକଣା ପ୍ରତ୍ୟାହାର ପାଇଁ ଦାବୀ

ଭୁବନେଶ୍ୱର, ୮ା୬: ସାଂପ୍ରତିକ କରୋନା ଆତଙ୍କ ପରିପ୍ରେକ୍ଷୀରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ(ସଚିବାଳୟ) ପ୍ରବେଶ ଉପରେ ଯେଉଁ କଟକଣା ରହିଛି, ତାହାକୁ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି ।

ସର୍ବବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୁରତ୍ୱ ରକ୍ଷା ପୂର୍ବକ ଅନୁଷ୍ଠିତ ଏକ ସଭାରେ ଏପରି ଦାବୀ କରାଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ମଧ୍ୟ ନିଷ୍ପତି ହୋଇଛି ।

ନିକଟରେ ସଚିବାଳୟ ଚଳଚଂଚଳ ହୋଇଉଠିଥିବା ବେଳେ ସାମ୍ବାଦିକମାନଙ୍କୁ ପ୍ରବେଶ ସୁଯୋଗ ଦିଆଯାଉନାହିଁ । ଯାହା ଫଳରେ ସଂବାଦ ସଂଗ୍ରହ କ୍ଷେତ୍ରରେ ବହୁତ ଅସୁବିଧା ସୃଷ୍ଟି ହେଉଛି । କେତେକ କ୍ଷେତ୍ରରେ ସୁରକ୍ଷା କର୍ମଚାରୀମାନେ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି । ଏହାକୁ ସରକାର ବିଚାରକୁ ନେବା ସହ ପୂର୍ବବତ୍ ଅଧିସ୍ୱୀକୃତି କାର୍ଡ ପ୍ରଦର୍ଶନ ବଳରେ ସାମ୍ବାଦିକମାନେ ଯେପରି ସଚିବାଳୟ ପ୍ରବେଶ କରିବେ ତାହା ସୁଗମ ହେବା ଜରୁରୀ ହୋଇ ପଡିଛି ।

ଏହି ବୈଠକରେ ସାମ୍ବାଦିକ ବୈଷ୍ଣବ ଜେନା, ସନତ ମିଶ୍ର, ବିଜୟ ପଣ୍ଡା, ସଂଜୟ ପ୍ରଧାନ, ଅବିନାଶ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ବିବେକ ଜେନା, ଦେବକାନ୍ତ ମହାପାତ୍ର ଓ ମାଧବାନନ୍ଦ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *