ସ୍ୱଦେଶୀ ଜ୍ଞାନରେ କୋଭିଡ୍ ୧୯ ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ନିର୍ମାଣ କରିଛି ନିଜସ୍ୱ କୋଭିଡ୍ ୧୯ ଟେଷ୍ଟିଂ କିଟ୍ । ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଦିଲ୍ଲୀ ଆଇଆଇଟି ପକ୍ଷରୁ ଏହି ଟେଷ୍ଟିଂ କିଟ୍ ନିର୍ମାଣ କରାଯାଇଛି । ଏହି ଟେଷ୍ଟିଂ କିଟକୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର୍ ସ୍ୱୀକୃତି ମଧ୍ୟ ପ୍ରଦାନ କରିଛି ।
କୁସୁମ୍ ସ୍କୁଲ ଅଫ ବାୟୋଲଜିକାଲ୍ ସାଇନ୍ସର ଗବେଷକମାନେ ଏହି କିଟ୍ ପ୍ରସ୍ତୁତ କରିଥିବା ବେଳେ ଏଥିରେ ଶତ ପ୍ରତିଶତ ସେନ୍ସିଟିଭିଟି ଏବଂ ସ୍ପେସିଫିସିଟି ରହୁଥିବା ଆଇସିଏମଆର ପ୍ରକାଶ କରିଛନ୍ତି । ଏହା ଭାରତରେ ନିର୍ମାଣ ହୋଇପାରୁଥିବାରୁ ଏହା ଦାମ ମଧ୍ୟ କମ ରହିବ ବୋଲି କୁହାଯାଇଛି । ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଏହାର ଟେଷ୍ଟିଂ କିଟ୍ ନିର୍ମାଣ କାମ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥିବା ଦିଲ୍ଲୀ ଆଇଆଇଟିର ପ୍ରଫେସର ଭି ପେରୁମଲ କହିଛନ୍ତି । ତେବେ ମାତ୍ର ତିନିମାସର ଗବେଷଣା ମଧ୍ୟରେ ଏହି କିଟ୍ ପ୍ରସ୍ତୁତ କରାଯାଇଥିବା ବେଳେ ବିଶେଷଜ୍ଞମାନେ କିଟ୍ ନିର୍ମାଣ ପାଇଁ ଦୈନିକ ୮ଘଣ୍ଟା ପରିଶ୍ରମ କରିଥିବା ସେ କହିଛନ୍ତି ।
ଏହା ଏକ ସ୍ୱାବ ଟେଷ୍ଟିଂ କିଟ୍ । ଏହା ଅନ୍ୟ ସମସ୍ତ ଟେଷ୍ଟିଂ କିଟ୍ ଠାରୁ ସୁଲଭ ହୋଇପାରିବ ଏବଂ ଭାରତର ଆବଶ୍ୟକତା ଅନୁସାରେ ଏହା ବିପୁଳ ପରିମାଣରେ ନିର୍ମାଣ ହୋଇପାରିବ ବୋଲି ମଧ୍ୟ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *