୫ହଟ୍ ସ୍ପଟ୍, ୮୫ ସଂନ୍ଦିଗ୍ଧ
ଭୁବନେଶ୍ବର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ବା ବିଏମସି ପକ୍ଷରୁ ରାଜଧାନୀର ୫ଟି ସ୍ଥାନକୁ ହଟ୍ ସ୍ପଟ ବା ସଂକ୍ରମିତ ଅଂଚଳ ଭାବରେ ଘୋଷଣା କରାଯାଇଛି ।
ଏହି ସଂକ୍ରମିତ ଅଂଚଳରେ ପ୍ରାୟ ୮୫ ଜଣ କରୋନା ସଂନ୍ଦିଗ୍ଧ ରହିଥିବା ବିଏମସି ସୂଚନା ଦେଇଛି । ସଂକ୍ରମିତ ଅଂଚଳ ଗୁଡିକ ହେଲା ସୂର୍ଯ୍ୟନଗର, ଆଜାଦ ନଗର (ସୁନ୍ଦରପଦା), ଡୁମଡୁମା (ଯଦୁପୁର), ବମିଖାଲ, ସତ୍ୟନଗର ଓ ଆଇବି କଲୋନି । ଏଠାରେ ପ୍ରାୟ ୮୯୯୪ଟି ଘରେ ୪୨,୭୪୮ଜଣ ବାସ କରୁଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ବିଏମସି ଦ୍ବାରା ହୋଇଥିବା ସର୍ଭେରେ ୮୫ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଏମାନେ ଅସୁସ୍ଥ ବୋଲି ବିଏମସି ରିପୋର୍ଟ କରିଛି।
ଏଥିରୁ ୬୯ଜଣଙ୍କୁ ନୂଆ ଚିହ୍ନଟ କରାଯାଇଥିବା ବେଳେ ୧୬ଜଣ ପୁରୁଣା । ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟନଗର ଅଞ୍ଚଳରେ ୩୭ଜଣ ଅସୁସ୍ଥ ଚିହ୍ନଟ ହୋଇଥିବାବେଳେ ଆଜାଦ୍ ନଗରରେ ୩ଜଣ, ଡୁମଡୁମାରେ ୯ଜଣ, ବମିଖାଲରେ ୨୨ଜଣ, ସତ୍ୟନଗରରେ ୧୧ଜଣ ଓ ଆଇବି କଲୋନିରେ ୩ଜଣ ଅସୁସ୍ଥ ଥିବା ରିପୋର୍ଟ ହୋଇଛି। ଏମାନଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରି ତାଙ୍କର ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷା କରାଯାଇଛି।