୮ଯାଏ କଟକ ସଟ୍ ଡାଉନ୍
ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ କଟକ ସହରର ସ୍ଥିତି ଚିନ୍ତାଜନକ ହୋଇପଡିଛି । ଫଳରେ କଟକରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଆଗକୁ କିପରି ଅଣାୟତ ନହେବ ତା ପାଇଁ ପ୍ରଶାସନ ନେଇଛି ପଦକ୍ଷେପ । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ କଟକ ସହରକୁ ସଂପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ଅଦ୍ୟାବଧି କଟକରେ ମୋଟ ୭୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କରୋନା ଯୋଗୁ ୪ଜଣ ଓ ଅନ୍ୟ କାରଣ ଯୋଗୁ ୨ ଜଣଙ୍କର ପ୍ରାଣହାନୀ ମଧ୍ୟ ଘଟିସାରିଛି । ଏପରିକି ଏବେ ମଧ୍ୟ ୨ଶହ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଗୋଟିଏ ଦିନରେ ୧୩ଜଣ ପଜିଟିଭ୍ ବାହାରିଛନ୍ତି ।
ସେହିପରି ଗତକାଲି କଟକରୁ ୮୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କେବଳ ସେତିକି ନୁହେଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ରାଣୀହାଟ ଅଂଚଳର ମାଳିସାହିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଗତ ୧୦ ଦିନ ମଧ୍ୟରେ କେବଳ ଏହି ଅଂଚଳରୁ ୭୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏହି ସ୍ଥିତିକୂ ନିୟନ୍ତଣକୁ ଆଣିବା ପାଇଁ ଏଠାରେ ୫ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଜରୁରୀକାଳୀନ ସେବା ଏହାଦ୍ୱାରା ଜାରି ରହିବ ବୋଲି କୁହାଯାଇଛି ।