ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ

ଭୂବନେଶ୍ବର, ୧୮/୬: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି । ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ ବୈଠକ, ବିଚାରବିମର୍ଶ ତଥା ଆଲୋଚନା କରିବାରେ ଲାଗିଛି ।

ଚଳିତ ଥର ମଧ୍ୟପ୍ରଦେଶରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପ୍ରଫେସର ସୁମେର ସିଂ ସୋଲାଙ୍କିଙ୍କୁ ବିଜେପି ପ୍ରାର୍ଥୀ କରିଛି । ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତା ତଥା କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ଆଜି ଶ୍ରୀଯୁକ୍ତ ପଣ୍ଡା ମଧ୍ୟପ୍ରଦେଶର ଯାୱଦ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଓମପ୍ରକାଶ ସଖଲେଚାଙ୍କୁ ଦେଖା କରିଛନ୍ତି । ସେହିପରି ଅନ୍ୟ ବିଧାୟକଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ ।

ଅନ୍ୟପଟେ ଏସପି, ବିଏସପି ଏବଂ ସ୍ୱାଧୀନ ବିଧାୟକମାନେ ଆଜି ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଏବଂ ବିଜେପିକୁ ସମର୍ଥନ କରିବେ ବୋଲି କହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *