ଶାଳମଞ୍ଜି ବିକିବା ପ୍ରସଂଗରେ ସରକାର ନୀରବ: ନିରଞ୍ଜନ
ଭୁବନେଶ୍ୱର, ୧୭.୬: ଏବେ କରୋନା ପାଇଁ ପାହାଡ ଜଙ୍ଗଲରେ ଯେଉଁ ଆଦିବାସୀ ଭାଇମାନେ ରୁହନ୍ତି ଏହି ଖରାଦିନେ ତାଙ୍କର ଗୋଟେ ଉପାର୍ଜନ ହୁଏ ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ କରି ବିଶେଷ କରି ଶାଳ ମଞ୍ଜି ସଂଗ୍ରହ କରନ୍ତି । ସେହି ଅନୁସାରେ ସରକାର ନିଷ୍ପତି କରିଛନ୍ତି ଯେ ତାଙ୍କଠୁ କେଜି ପିଛା ୨୦ ଟଙ୍କାରେ ନିଆଯିବ ବୋଲି । କିନ୍ତୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯେଉଁଠି ଜଙ୍ଗଲ ଅଛି ସେଠି ବର୍ତ୍ତମାନ ବେପାରିମାନେ ୮ଟଙ୍କାରୁ ୧୦ଟଙ୍କା ଭିତରେ କିଣି ପ୍ରାୟ ସବୁ ମାଲ ରାୟପୁରକୁ ପଠାଉଛନ୍ତି । କିନ୍ତୁ ସରକାର ନିରବଦ୍ରଷ୍ଟା ରହିଛନ୍ତି ।
ଯଦି ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ଦରଦ ଅଛି ତାହାଲେ ତୁରନ୍ତ ପଦକ୍ଷେପ ନେଇ ସରକାର ନିର୍ଣ୍ଣୟ କରିଥିବା ନିର୍ଦ୍ଧାରିତ ମୂଲ୍ୟରେ ସେମାନେ ଯେପରି ବିକିବେ ତାର ସୁବ୍ୟବସ୍ଥା କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।