ଆସିବ ଦ୍ୱିତୀୟ ଆର୍ଥିକ ପ୍ୟାକେଜ!

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ରସରକାରଙ୍କ ଠାରୁ ରାଜ୍ୟସରକାର ସମସ୍ତେ ତତ୍ପର । କରୋନା କବଳରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରସରକାର ପୁଣି ୧୯ ଦିନର ଲକ୍ ଡାଉନ ଘୋଷଣା କରିଛନ୍ତି ।
ତେବେ ପ୍ରଥମ ପର୍ଯ୍ୟାୟର ଲକ୍ ଡାଉନ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକଲକ୍ଷ ୭୦ହଜାର କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ପାଇଁ ପୁଣି ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ କେନ୍ଦ୍ରସରକାର ଚିନ୍ତା କରୁଥିବା ଜଣାପଡିଛି । ଏ ନେଇ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି । ତେବେ ଏହି ଆର୍ଥିକ ପ୍ୟାକେଜର ଆକାର କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ ।
ଅପରପକ୍ଷରେ ଏହି ଲକ୍ ଡାଉନ ସମୟରେ ଦେଶ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିସାରିଥିବା ବେଳେ ଏହି ସମୟରେ ଦ୍ୱିତୀୟ ଆର୍ଥିକ ପ୍ୟାକେଜ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *