ଏଣିକି ମଦ ପହଞ୍ଚିବ ଘରେ

ଭୁବନେଶ୍ୱର: ଓଡ଼ିଶାରେ ମଦ ହୋମ୍ ଡ଼େଲିଭରି ପାଇଁ ଅନୁମତି ମିଳିଛି । ଆସନ୍ତା ୨୪ ତା୍ରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନାହାନ୍ତି ।

ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ଓଡ଼ିଶା ସରକାର । ସ୍ପେଶାଲ୍ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇ ଦେଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ୍ ଡ଼େଲିକରି କରିପାରିବେ, ନଚେତ ଏଥିସହ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସାହାଯ୍ୟ ନେଇପାରିବେ ।

ହଜାରେ ଟଙ୍କା ଯାଏ ଅର୍ଡ଼ର ଉପରେ ଡେଲିଭରି ଚାର୍ଜ ଲାଗିବ ଶହେଟଙ୍କା । ମଦ ଡେଲିଭରି ଚାର୍ଜ କୌଣସି ସ୍ଥିତିରେ ୩ଶହ ଟଙ୍କାରୁ ଅଧିକ ହେବ ନାହିଁ । ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ କରାଯିବ ।

କରୋନା ସତର୍କତାକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ୍ ଡାଉନ୍ ବଳବତ୍ତର ରହିଛି । ଅନ୍ୟ କେତୋଟି ରାଜ୍ୟରେ ମଦ କାଉଣ୍ଟର ଓ ହୋମ୍ ଡ଼େଲିଭରି ହେଉଥିଲା । କିନ୍ତୁ ଓଡ଼ିଶାରେ ଏହା ସମ୍ପୂର୍ଣ୍ଣ ବନ୍ଦ ଥିଲା । ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟରେ ମଦ ହୋମ୍ ଡ଼େଲିକରି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Spread the love

Leave a Reply

Your email address will not be published. Required fields are marked *