ଏମ୍.କେ.ସି.ଜି, ଭିମ୍ସାର୍ ଓ କ୍ୟାପିଟାଲ ହସପିଟାଲ ସମସ୍ୟା ସଂପର୍କରେ ବୈଠକ

ଭିତିଭୂମିର ବିକାଶ ସହିତ ରୋଗୀସେବାରେ ଉନ୍ନତି ଆଣିବା ଉପରେସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୨୪ା୭: ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରେ ଭିତିଭୂମିର ବିକାଶ ସହିତ ରୋଗୀସେବାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଆରୋପ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ , ଭିମ୍ସାର ବୁର୍ଲ୍ଲା ଏବଂ କ୍ୟାପିଟାଲ ହସପିଟାଲରେ ରୋଗୀସେବା , ଭିତିଭୂମିର ବିକାଶ , ଯନ୍ତ୍ରପାତି ଏବଂ ମାନବସମ୍ବଳ ଆଦି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକରେ ସମସ୍ୟା , ଆବଶ୍ୟକତା କଣ ସବୁ ରହିଛି , ଖାଲିଥିବା ପଦବି ପୁରଣ , ଆବଶ୍ୟକସ୍ଥଳେ ନୂତନ ପଦବି ସୃଷ୍ଟି କରାଯିବା , ଭତିଭୂମିର ବିକାଶ , ଆବଶ୍ୟକ ଅର୍ଥ ଓ ଆର୍ଥିକ ପରିଚାଳନା ସଂପର୍କରେ ବିଶଷେ ଭାବେ ଆଲୋଚନା କରାଯାଇଛି । ସମସ୍ତ ଅପରେନ ଥିଏଟର , ଆଇ,ସି.ୟୁ ଗୁଡିକୁ ମୋଡୁଲାର କରାଯିବା , ନିର୍ମାଣ କରାଯାଇଥିବା ନୂତନ ଭିତିଭୂମିଗୁଡିକର ବ୍ୟବହାର ଦିଗରେ ବିହୀତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ବିଭାଗରେ ଉନ୍ନତ ରୋଗୀସେବା ପାଇଁ ଯନ୍ତ୍ରପାତି ଠାରୁ ଯାହା କିଛି ଆବଶ୍ୟକ ସେ ସବୁର ବ୍ୟବସ୍ଥା କରାଯିବ । ଆବଶ୍ୟକତା ସଂପର୍କରେ ବିଧିବଦ୍ଧ ପ୍ରସ୍ତାବ ଦେବାକୁ କୁହାଯାଇଛି । ଆଜିର ବୈଠକରେ ଆଲୋଚନା କରାଯାଇଥିବା ବିଷୟରେ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ୧୫ ଦିନ ମଧ୍ୟରେ ଜଣାଇବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର , ଶରତ ଚନ୍ଦ୍ର ମିଶ୍ର , ଅର୍ଥ ପରାମର୍ଶଦାତା ନରେନ୍ଦ୍ର କୁମାର ସ୍ୱାଇଁ , ଭିମ୍ସାର ଓ ଏମ୍.କେ.ସି.ଜିର ଅଧକ୍ଷ୍ୟ ଓ ଅଧୀକ୍ଷକ ଏବଂ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *