ବିଜେଡିକୁ ଉଚିତ ଜବାବ ଦେବେ ଓଡିଆ: ବିଜେପି

ଭୁବନେଶ୍ଵର, ୨୯/୩/୨୦୧୯: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହର । ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଓ ଚିଟଫଣ୍ଡରେ ବହୁ ପରିଶ୍ରମ କରି ନିଜର ସଂଚିତ ଅର୍ଥ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଅଣଦେଖା କରି ଶୋଷଣ କରିବା ହେଉଛି ବିଜେଡିର ନୀତି । ଚିଟଫଣ୍ଡ ଲୁଟେରା ମାନଙ୍କ ପୁଅ ମାନଙ୍କୁ ଏବେ ନିର୍ବାଚନ ମଇଦାନରେ ଶାସକ ବିଜେଡି ଟିକେଟ୍ ଦେଇ ସେମାନଙ୍କୁ ପୁରସ୍କୃତ କରିଛି । ବିଜୁ ଜନତା ଦଳର ଚିଟଫଣ୍ଡିଆ ନେତାଙ୍କ ସହ ତାଙ୍କ ସର୍ଦ୍ଦାରଙ୍କୁ କଡା ଜବାବ ଦେବାପାଇଁ ଏବେ ସାଢେ ୪ କୋଟି ଓଡିଆ ମନ ବଳାଇ ସାରିଛନ୍ତି । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ଚିଟଫଣ୍ଡ ଠକେଇରେ ଶୀକାର ହୋଇ ଥିବା ଲୋକମାନେ ଉଚିତ ଜବାବ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପିର ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଲେଖାଶ୍ରୀ କହିଛନ୍ତି ଯେ ଚିଟଫଣ୍ଡ ଦାଗୀ ନେତାଙ୍କୁ ଟିକେଟ ମିଳୁନାହିଁ, ଏପରି କଥା କହିବା ବିଜୁ ଜନତା ଦଳର ଏକ ନୂଆ ଡ୍ରାମା । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଡର ଘାରିଲାଣୀ । ନିଜେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ ମାମଲାରେ ପ୍ରଥମ ଦାଗୀ । ନବୀନ ନିବାସ ଭିତରର ସରୋଜ ସାହୁ କିଏ ? ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ? ସେ ନବୀନ ବାବୁଙ୍କ ଘରୋଇ ଅଫିସର ମୁଖ୍ୟ କାର୍ପଟଦାର ଥିଲେ ନା ନାହିଁ ଏସବୁ ପ୍ରଶ୍ନର ଉତର ନବୀନ ବାବୁ ଦିଅନ୍ତୁ ବୋଲି ବିଜେପି ନେତ୍ରୀ ପ୍ରଶ୍ନ କରିଛନ୍ତି ।

ଚିଟଫଣ୍ଡରେ ବିଜେଡି ନେତାଙ୍କ ହିସାବ କଲେ ଏହା ଗଣି ହେବ ନାହିଁ । କିଏ ଜେଲ୍ ଯାଇ ବେଲରେ ଆସିଛି ତ ଆଉ କିଏ ଏବେବି ଲୁଚୁଛି । ପ୍ରସନ୍ନ ଆଚାର‌୍ୟ୍ୟ, ସାଂସଦ ରବିନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପ୍ରଣବ ବଳବନ୍ତରାୟଙ୍କ ଠାରୁ ଆରମ୍ଭ କରି ଦେବୀପ୍ରସାଦ ମିଶ୍ର, ସୂର‌୍ୟ୍ୟ ନାରାୟଣ ପାତ୍ରଙ୍କ ପୁଅ ଯାଏଁ ବହୁ ନେତାଙ୍କ ନାଁରେ ଚିଟଫଣ୍ଡର ଅଭିଯୋଗ ଆସିଛି । ସେମାନଙ୍କୁ ସିବିଆଇ ମଧ୍ୟ ସମନ କରିଛି । ଚିଟପଣ୍ଡ କମ୍ପାନୀ ପାଇଁ ସୁରଟ ଠାରୁ ଆରମ୍ଭ କରି ଓଡିଶା ଯାଏଁ ପ୍ରଚାର କରିଥିଲେ ତାଙ୍କ ସାଂସଦ ଅନୁଭବ ମହାନ୍ତି । ଏହି ଦାଗୀନେତା ମାନେ ଏବେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଛନ୍ତି । ନବୀନ ବାବୁଙ୍କର ଏମାନେ ଗେହ୍ଲାପୁଅ ସାଜିଛନ୍ତି । ଓଡିଶା ଲୁଟିବା ପାଇଁ ଆସିଥିବା କିଛି ଅଣଓଡିଆ କଳାପାହଡ ମାନଙ୍କ ସହ ଏମାନେ ହାତ ମିଶାଇ ଓଡିଶା ଲୁଟ କରିବାରେ ଲାଗିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *