ଓଡ଼ିଶା ଆସୁଛି ୨୧ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍

ଭୁବନେଶ୍ୱର: ଲକଡାଉନ୍ କୋହଳ ହେବା ପରେ ଦିନକୁ ଦିନ ଓଡ଼ିଶାକୁ ପ୍ରବାସୀମାନଙ୍କ ଆଗମନ ବଢ଼ିବାରେ ଲାଗିଛି । ସେହିପରି ଟ୍ରେନ୍ ଚଳାଚଳ ହେବାରୁ ଟ୍ରେନ୍ ଜରିଆରେ ହଜାର ହଜାର ପ୍ରବାସୀ ଶ୍ରମିକମାନଙ୍କର ଘରବାହୁଡା ମଧ୍ୟ ହେଉଛି । ଏହି କ୍ରମରେ ଆଜି ୨୧ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବତଟ୍ଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୨୧ ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୨୫ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡା ହେଉଥିବା ମଧ୍ୟ ଜଣାପଡିଛି । ତେବେ ଏହି ଶ୍ରମିକ ମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ଏବଂ ସେମାନଙ୍କର ଦାୟିତ୍ୱ ନେବା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ତାମିଲନାଡୁର କୋଏମ୍ବାଟୁରରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଆସୁଥିବା ବେଳେ ଗୋଟିଏ ବଲାଙ୍ଗିର ଓ ଅନ୍ୟଟି ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ । ସେହିପରି ହାଇଦ୍ରାବାଦରୁ ୫ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆସୁଥିବା ବେଳେ ସେଗୁଡିକ କଟକ, ବାଲେଶ୍ୱର, ଖୋର୍ଦ୍ଧାରୋଡ, ଭଦ୍ରକ ଓ ନୂଆପଡା ରୋଡରେ ପହଞ୍ଚିବ । ବେଙ୍ଗାଲୁରର ଗୋଟିଏ ଟ୍ରେନ୍ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିବ । ସୁରତରୁ ଆସୁଥିବା ଟ୍ରେନ୍ ଗଞ୍ଜାମର ଜଗନ୍ନାଥପୁର, ପୁନେରୁ ବାଲେଶ୍ୱର, ମହାରାଷ୍ଟ୍ରର ଭସାଇରୋଡରୁ ଖୋର୍ଦ୍ଧା ରୋଡ୍, ଆନ୍ଧ୍ରର ବିଶାଖାପାଟନମରୁ ବଲାଙ୍ଗୀର, ମହାରାଷ୍ଟ୍ରର ବୋରିଭଲିରୁ ଗଞ୍ଜାମ, ଗୁଜୁରାଟର ଗାନ୍ଧିଧାମରୁ କଟକ ନିର୍ଗୁଣ୍ଡି, ଗୋଆର କର୍ମାଲିରୁ ଭାବାନୀପାଟଣା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆସିବ ।

ଏତେ ସଂଖ୍ୟାର ପ୍ରବାସୀ ପହଞ୍ଚିବା ପରେ ସେମାନଙ୍କୁ ଟ୍ରେନରୁ ନିଜ ଅଞ୍ଚଳକୁ ନେବା ଏବଂ ସେମାନଙ୍କୁ ସଂଗରୋଧରେ ରଖିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ପୂର୍ବରୁ ଏତେ ସଂଖ୍ୟକ ପ୍ରବାସୀ ଏକ ସଂଗରେ କେବେ ରାଜ୍ୟକୁ ଫେରି ନଥିଲେ ।

Spread the love

Leave a Reply

Your email address will not be published. Required fields are marked *