କରୋନା: କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର: ଶେଷରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଗଣନା କରିଛନ୍ତି ରାଜ୍ୟସରକାର ।
କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲେ ତାଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଜୀବନକୁ ବାଜି ଲଗାଇ ଦିନରାତି ସାଧାରଣ ଜନତାଙ୍କୁ କରୋନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରୁଥିବା ସାମ୍ବାଦିକଙ୍କ ରାଜ୍ୟସରକାର ଭୁଲି ଯାଇଥିଲେ । ଏପରିକି କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସହଯୋଗ କରିବା ପରିବର୍ତ୍ତେ ଅସହଯୋଗ ମଧ୍ୟ କରିବାର ଦେଖାଯାଇଥିଲା ।
ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକ୍ ଡାଉନ୍ ହେଉ କିମ୍ବା ସଂଗେ ସଂଗେ କୌଣସି ଅଂଚଳର ସଟ୍ ଡାଉନ୍ ଘୋଷଣାକୁ ଲୋକଙ୍କ ନିକଟରେ କେବଳ ଏହି ସାମ୍ବାଦିକ ମାନେ ହିଁ ପହଞ୍ଚାଇଥାନ୍ତି । ଫଳରେ ସରକାରଙ୍କର କାର୍ଯ୍ୟସିଦ୍ଧି ଘଟିଥାଏ । ରାଜ୍ୟସରକାର ଏହି ସାମ୍ବାଦିକ ମାନଙ୍କ ଜରିଆରେ ତାଙ୍କର ବହୁ କାର୍ଯ୍ୟ ହାସଲ କରୁଥିଲେ ମଧ୍ୟ ଏମାନଙ୍କ ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ ।
ପୂର୍ବରୁ ସରକାର କେବଳ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ । କିନ୍ତୁ ଏବେ ରାଜ୍ୟସରକାର ଅଳ୍ପ ହେଉ ପଛକେ ସାମ୍ବାଦିକ ମାନଙ୍କୁ ନିଜ ମନ ମଧ୍ୟକୁ ଆଣିଛନ୍ତି ଏବଂ ସେମାନଙ୍କ ପାଇଁ ଯତ୍ କିଞ୍ଚିତ୍ ସହାୟତା ରାଶି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *