କରୋନାରେ ଶତକ ଆଡକୁ ମୁହାଁଉଛି ଗଞ୍ଜାମ

ଭୁବନେଶ୍ୱର: ପୁଣି ଗଞ୍ଜାମରୁ ୫ କରୋନା ପଜିଟିଭ ଚିହ୍ନଟ । ହୁ ହୁ ହୋଇ ବଢ଼ି ଚାଲୁଛି ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା । ପୂର୍ବାହ୍ନରୁ ଅଦ୍ୟବଧି କେବଳ ଗଞ୍ଜାମରେ ଚିହ୍ନଟ ହେଲେଣି ୧୮ଜଣ ରୋଗୀ । ଫଳରେ ଏହି ଜିଲ୍ଲାର ରୋଗୀଙ୍କ ସଂଖ୍ୟା ଶତକ ଆଡକୁ ମୁହାଁଇ ୮୯ରେ ପହଞ୍ଚିଛି । ଦୀର୍ଘ ଦିନଧରି ଏଠାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ସୁରତରୁ ପ୍ରବାସୀ ମାନେ ଫେରିବା ପରେ ଏଠାରେ ହୁ ହୁ ହୋଇ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଠାରେ କରୋନାର ନିୟନ୍ତ୍ରଣ ପାଇଁ ସରକାରତ ତିନିଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ସେମାନେ କରୋନା ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବେ । ମାତ୍ର ସରକାରଙ୍କର ସବୁ ଚେଷ୍ଟା ସତ୍ୱେ ମଧ୍ୟ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିବା ଚିନ୍ତାର କାରଣ ହୋଇଛି । ସମସ୍ତ ସରକାର ଯୋଜନା ଏଠାରେ ଫେଲ ମାରିଥିବା ପରି ଜଣାପଡୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମରେ କରୋନା ଦ୍ୱିତୀୟ ଷ୍ଟେଜରେ ରହିଥିବା ବେଳେ ଏହା କିପରି ଗୋଷ୍ଠୀ ସଂକ୍ରମଣ ସ୍ତରକୁ ନଯିବା ସେଥିପାଇଁ ଏବେ ପ୍ରଶାସନ ତାର ଉଦ୍ୟମ ଚଳାଇଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *