କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହେଲା

ଭୁବନେଶ୍ୱର: ପୁଣି ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣକ ଭୁବନେଶ୍ୱର ବମିଖାଲ ଅଂଚଳର ହୋଇଥିବା ବେଳେ ସେ ପୂର୍ବ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି ।
ପୂର୍ବରୁ ସେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ତାଙ୍କର ନମୁନା ପଜିଟିଭ ଆସିବାରୁ ତାଙ୍କୁ କିମ୍ସ କରୋନା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୩୫ ବର୍ଷ ଓ ସେ ବମିଖାଲ ଅଂଚଳର ବେବିଲନ ଆପାର୍ଟମେଣ୍ଟର ବାସିନ୍ଦା ବୋଲି ମଧ୍ୟ ସୂଚନା ଦିଆଯାଇଛି । ଗତ ମାର୍ଚ୍ଚ ୨୨ରୁ ସେ ଏକାନ୍ତବାସରେ ଥିବା ବେଳେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଦିଆଯାଇଥିଲା । ସେହିପରି ତାଙ୍କର ନମୁନା ପଜିଟିଭ ଆସିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚଥିବା ବେଳେ କେବଳ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚଛି ।
ରାଜ୍ୟର ମୋଟ ୯ଟି ଜିଲ୍ଲାକୁ କରୋନା କବଳିତ କରିଥିବା ବେଳେ ସର୍ବାଧିକ ଭୁବନେଶ୍ୱରର ବୋଲି ଜଣାପଡିଛି । ଭଦ୍ରକର ୩ଜଣ ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦ୍ରାପଡା ଓ କଳାହାଣ୍ଡିରେ ଦୁଇଜଣ ଲେଖାଏଁ ଓ ପୁରୀ, ଯାଜପୁର, ଢ଼େଙ୍କାନାଳ ଓ କଟକର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ପୂର୍ବରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି କଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୪୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *