କରୋନା: ଆଉ ଦୁଇ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆସିଛି ଶୁଭ ଖବର । ରାଜ୍ୟରେ ଚିକିତ୍ସିତ ହେଉଥିବା ୪୦ଜଣ କରୋନା ରୋଗୀଙ୍କ ମଧ୍ୟରୁ ଦୁଇଜଣ ଆକ୍ରାନ୍ତଙ୍କର ନେଗେଟିଭ ରିପୋର୍ଟ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ଗତ ତିନି ଦିନ ମଧ୍ୟରେ ରାଜ୍ୟରେ କୌଣସି ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇ ନାହାନ୍ତି । ନେଗେଟିଭ ବାହାରିଥିବା ଏହି ଦୁଇ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ଆମ ରାଜ୍ୟରେ ମୋଟ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ଓ ଜଣେ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଥିଲା । ଏବେ ଦୁଇଜର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ୩୮ଜଣ ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପକୁ ପ୍ରଶଂସା କରାଯାଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଜାତୀୟ ହାରଠାରୁ କମ ରହିଥିବା କେନ୍ଦ୍ରସରକାରଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *