କରୋନା ମୁକାବିଲା: ସହଯୋଗର ହାତ ବଢ଼ାଇଲା ମଂଜରୀଦେବୀ

ଭୁବନେଶ୍ୱର ୨୮/୪: କରୋନା ମୁକାବିଲା ପାଇଁ ସରକାର ଜୋରଦାର ଉଦ୍ୟମ ଜାରି ରଖିଥିବା ବେଳେ ସହଯୋଗ କରିବାକୁ ଆଗେଇ ଆସିଛି ମଂଜରୀଦେବୀ ନର୍ସିଂ କଲେଜ ।
ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ଠାରେ ସଂଗରୋଧ କେନ୍ଦ୍ର ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ଆବଶ୍ୟକ ଶଯ୍ୟା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଯୋଗ ଚାହିଁଥିଲେ ।

ଏହି ଆପାତକାଳୀନ ସ୍ଥିତିରେ ପ୍ରଶାସନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେବା ସହ ୩୦ଟି ଶଯ୍ୟା ପ୍ରଦାନ କରିଛି ପୁରଣପ୍ରଧାନ ଅଂଚଳରେ ଅବସ୍ଥିତ ମଂଜରୀଦେବୀ କଲେଜ । ବାଳକାଟି ପ୍ରତାପଶାସନ ପଂଚାୟତର ପିଇଓ ଏହି ଆନୁସଂଗିକ ଶଯ୍ୟା ନେଇ ସାରିଛନ୍ତି ବୋଲି ନର୍ସିଂ କଲେଜର ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *