କରୋନା: ସୁସ୍ଥ ହେଲେ ୭୯ଜଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିବା ସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଗତ ଦୁଇ ଦିନ ହେବ ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସାମାନ୍ୟ ଅଧିକ ରହୁଛନ୍ତି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ତୋଷ ପ୍ରକାଶ କରାଯାଇଛି ।

ଆଜି ପୂର୍ବାହ୍ନରେ ୭୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୭୯ଜଣ ସୁସ୍ଥ୍ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଥିଲା । ଗତକାଲି ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୪ଜଣ ସୁସ୍ଥ୍ ହୋଇ ଘରକୁ ଫେରିଥିଲେ । ଫଳରେ ରାଜ୍ୟରେ ମୋଟ ୮୧୨ଜଣ ସୁସ୍ଥ୍ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି ।

ସୁସ୍ଥ୍ ହୋଇଥିବା ରୋଗୀଙ୍କ ମଧ୍ୟରେ ସର୍ବାଧିକ ଭଦ୍ରକରୁ ରହିଛନ୍ତି । ଭଦ୍ରକରୁ ୨୮ଜଣ ସୁସ୍ଥ୍ ହୋଇଥିବା ବେଳେ ଗଞ୍ଜାମରୁ ୧୧ଜଣ, ଯାଜପୁରରୁ ୫ଜଣ, ବାଲେଶ୍ୱରରୁ ୧୭ଜଣ, କଟକରୁ ୪ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୨ଜଣ, ପୁରୀରୁ ୭ଜଣ ସୁସ୍ଥ୍ ହୋଇଥିବା ବେଳେ ବଲାଙ୍ଗିରରୁ ଦୁଇଜଣ ସୁସ୍ଥ୍ ହୋଇ ଘରକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *