ଘରେ ନମାଜ ପାଠ, ମସଜିଦ୍ ଫାଙ୍କା

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପବିତ୍ର ଇଦ୍ ପାଳନ ହେଉଥିଲେ ମଧ୍ୟ ମସଜିଦ୍ ଗୁଡିକ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି । କରୋନାକୁ ମୁକାବିଲା ପାଇଁ ଧାର୍ମିକ ପୀଠ ଗୁଡିକରେ ଭିଡ ଏଡ଼ାଇବାକୁ ରାଜ୍ୟସରକାରଙ୍କ ପକ୍ଷରୁ କଡା ନିୟମ ଲାଗୁ ହୋଇଥିବାରୁ ମସଜିଦ ଗୁଡିକ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି । ବହୁ ବଡ ବଡ ମସଜିଦ୍ ଗୁଡିକରେ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ୧୪୪ଧାରା ଲାଗୁ କରାଯାଇଛି । ଏପରିକି ମସଜିଦରେ ନମାଜ ପାଠ ଓ ପ୍ରାର୍ଥନା ପାଇଁ ସର୍ବାଧିକ ୫ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳୁଛି ।

ଅପରପକ୍ଷରେ ମୁସଲିମ୍ ସଂପ୍ରଦାୟ ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ସମ୍ପ୍ରଦାୟର ବ୍ୟକ୍ତିମାନେ ଇଦକୁ ନିଜ ଘରେ ମଧ୍ୟ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । ଘରେ ନମାଜ ପାଠ କରିବା ସହ ଘର ଓ ପରିବାର ମଧ୍ୟରେ ସୀମିତ ରହି ପାଳନ କରୁଛନ୍ତି ।
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକଭି ନିଜ ଘରେ ଆଜି ଇଦ୍ ପାଳିଥିବା ଦେଖିବାକୁ ମିଳଛି । ନକଭି ମସଜିଦ୍ ନଯାଇ ଘରେ ନମାଜ ପାଠ କରିବା ସହ ଇଦ୍ ପାଳନ କରିଛନ୍ତି । ଏପରିକି ନିଜ ପରିବାର ସହ ସେ ଇଦ୍ ପାଳନ କରିଥିବା ଜଣାପଡିଛି । କରୋନା ମୁକାବିଲା ସହ ସରକାରୀ ନିୟମକୁ ସମ୍ମାନ ଜଣାଇ ସେ ମସଜିଦ୍ ଯାଇ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *