ଜଗତସିଂହପୁରରେ ପାଦ ଥାପିଲା କରୋନା

ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ପାଦ ଥାପିଛି କରୋନା । ଏକାଥରକେ ୪ଜଣ ସୁରତ ଫେରନ୍ତା କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଫଳରେ ଗ୍ରୀନ୍ ଜୋନରେ ରହିଥିବା ଜଗତସିଂହପୁର ଜିଲ୍ଲା ଏବେ ରେଡ୍ ଜୋନକୁ ଚାଲିଯାଇଛି ।

ଆକ୍ରାନ୍ତମାନେ ପୁରୁଷ ବର୍ଗର ହୋଇଥିବା ବେଳେ ସେମାନଙ୍କ ବୟସ ୪୭ ବର୍ଷ, ୩୨ ବର୍ଷ, ୩୦ ବର୍ଷ ଓ ୨୬ ବର୍ଷ । ସୁରତରୁ ଫେରିବା ପରେ ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିଲେ । ଏବେ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭତ୍ତି କରାଯାଇଥିବା କୁହାଯାଇଛି । ସୁରତରୁ ଓଡ଼ିଆ ମାନେ ଫେରିବା ପରେ ଗଞ୍ଜାମ, କଟକ ଓ ଏବେ ଜଗତସିଂହପୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମସ୍ତ କରୋନା ରୋଗୀ ନାଉଗାଁ ଅଞ୍ଚଳର ଓ ସେମାନଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ବୋଲି ମଧ୍ୟ ଜଣାପଡିଛି ।

ସେହିପରି କେନ୍ଦ୍ରାପଡାର ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କର ମଧ୍ୟ ପଜିଟିଭ୍ ବାହାରିଥିବା କୁହାଯାଇଛି । ସେ ନିକଟରେ କୋଲକାତାରୁ ଫେରିଥିଲେ । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏବେ ୧୨୨ଜଣ ଚିକିତ୍ସିିତ ହେଉଥିବା ବେଳେ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *