ଜଷ୍ଟିସ ରଫିକ ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ୱର: ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପ୍ରିମକୋର୍ଟ କଲେଜିଅମ ସୁପାରିଶ କରିଛନ୍ତି ।
ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ୟ୍ୟ କରିଛନ୍ତି। ଏହି ସମୟରେ ସେ ଦୁଇ ଦୁଇ ଥର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ।