ନବରଙ୍ଗପୁର ଓ ଗଜପତିରେ ପାଦ ଥାପିଲା କରୋନା
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଗ୍ରାସ କରିଚାଲିଛି କିଲର କରୋନା । ଆଜି ପୁଣି ଦୁଇ ନୂଆ ଜିଲ୍ଲାକୁ ବ୍ୟାପିଛି କିଲର କରୋନା । ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ନୂତନ ଭାବେ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଗଜପତି ଜିଲ୍ଲାରେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ଚିହ୍ନଟ ବ୍ୟକ୍ତି ଜଣକ ନିକଟରେ ଆନ୍ଧ୍ରରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ଗଜପତିରୁ ଚିହ୍ନଟ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ରହିଥିବା ବେଳେ ଅନ୍ୟ ତିନିଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି ।
ଏହି ନୂତନ ଦୁଇ ଜିଲ୍ଳା କରୋନା ମ୍ୟାପରେ ସାମିଲ ହେବା ଫଳରେ ରାଜ୍ୟରେ ୨୬ଟି ଜିଲ୍ଲା କରୋନା କବଳକୁ ଚାଲିଆସିଛି । ଆଉ ମାତ୍ର ୪ଟି ଜିଲ୍ଲା ଏହାର କବଳରୁ ବର୍ତ୍ତି ଯାଇଛନ୍ତି । ରାୟଗଡା, ସୋନପୁର, ବରଗଡ଼ ଓ ନୂଆପଡା ଜିଲ୍ଳା କରୋନା କବଳରୁ ଏ ପର୍ଯ୍ୟନ୍ତ ବର୍ତ୍ତି ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ବର୍ତ୍ତମାନ ମୋଟ ୧୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟହୋଇଥିବା ବେଳେ ୮୨୬ଟି ସକ୍ରିୟ ମାମଲା ରହିଛି ।