ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ଡିଜିଟାଲରେ ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର, ୨୪/୦୬: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ସ୍ୱନକ୍ଷତ୍ର ଉତ୍ସବ ଏବଂ କର୍ମଚାରୀ ଚୟନ ଡିଜିଟାଲ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ଓ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟର ସଂଯୋଗୀକରଣ କରାଯାଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ବଳରାମ ତରାଇଙ୍କ ନେତୃତ୍ୱରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାତା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଓ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀ ପୈାରୋହିତ୍ୟ କରିଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଥିବା କବିମାନେ ଜୋଡିହୋଇ ନିଜର କବିତା ପାଠ କରିଥିଲେ । କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ କରୋନା ଯୋଦ୍ଧା ସମ୍ମାନ ଓ ବିପଦର ବନ୍ଧୁ ସମ୍ମାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯିବ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ।

ଏହି ଅବସରରେ ସଂପାଦିକା ସରସ୍ୱତୀ ନାୟକ ଓ ମାର୍ଗଦର୍ଶକ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଚକ୍ରଧର ତ୍ରିପାଠୀ, ଉପସଭାପତି ଜୟନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ସଂପାଦକ ବଲରାମ ତରାଇ, ସଂପାଦିକା ଏବଂ ପୃଷ୍ଟପୋଷକ ସରସ୍ୱତୀ ନାୟକ, କାର୍ଯ୍ୟକାରୀ ସଂପାଦକ ମୃତ୍ୟୁଞ୍ଜୟ ସାହୁ, ସହ ସଂପାଦକ ଆଶୀଷ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସସ୍ମିତା ତରାଇ ଓ ବିଭିନ୍ନ ମଣ୍ଡଳୀରେ ପରିକଳ୍ପନା ସଂଗ୍ରାମ କେଶରୀ ସାମନ୍ତରାୟ, ବିଚାରପତି ଭାବେ ଡଃ. ବିଭୂତି ଭୂଷଣ ଆଚାର୍ଯ୍ୟ, ଡଃ. କୁଳମଣୀ ଓଝା, ଉମାକାନ୍ତ ରାଉତ, ରକ୍ଷକ ନାୟକ, ମୋହିତ ଚକ୍ରବର୍ତ୍ତୀ, ଡଃ. ବେଣୁଧର ପାଢ଼ୀ, ଆବାହକ ଭାବେ ସମୀର ରଂଜନ ଦାଶ, ସଂଗୀତା ଦାସ, ଅନନ୍ତ ନାରାୟଣ ଜେନା, ସୁର ରାଉତରାୟ, ମୁଖ୍ୟ ଉପଦେଷ୍ଟା ଭାବେ ଡଃ. ହୁସେନ ରବି ଗାନ୍ଧୀ ଏବଂ ଉପଦେଷ୍ଟା ମଣ୍ଡଳୀରେ ପ୍ରଦ୍ୟୁମ୍ନ ଶତପଥି, ଶଙ୍କର୍ଷଣ ପରିଡା, ପଦ୍ମନାଭ ତ୍ରିପାଠୀ, ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ, ପିତାମ୍ବର ତରାଇ, ସୁକାନ୍ତ କୁମାର ରାଉତ, ସ୍ୱାଧୀନ ଦାସ, ବିଜୟ କୁମାର ମହାନ୍ତି, ପ୍ରମୋଦ ସୁଦର୍ଶନ ରାଉଳ, ଡଃ. ଦେବାଶୀଷ ଜଷ୍ଟୀ, ପ୍ରସନ୍ନ କୁମାର ନାୟକ ପ୍ରମୁଖ ମନୋନୀତ ହୋଇଥିଲେ । ଏଥିସହିତ ମାର୍ଗଦର୍ଶକ ଭାବେ ଡଃ. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *