ପୁଣି ୧୪୬, ୪ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଅତିକ୍ରମ କରିଯାଇଛି । ଏହି ନୂତନ ୧୪୬ ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୪୦୫୫ ହୋଇଛି ।

ଗତକାଲି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ ରହିଥିଲା । ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ ୪୮ଜଣ ରହିଛନ୍ତି । ସେହିଭଳି କଟକ ଓ ଭଦ୍ରକରୁ ୧୯ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏନଡିଆରଏଫ୍, ଓଡ୍ରାଫ ଓ ଫାୟାର ସର୍ଭିସରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ବାଲେଶ୍ୱରରୁ ୮ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭ଜଣ, ଅନୁଗୁଳରୁ ୬ଜଣ, ରାୟଗଡ଼ାରୁ ୫ଜଣ, ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ, ସୋନପୁରୁ ଦୁଇଜଣ, ଢ଼େଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ମୋଟ ୪୦୫୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୩୩ଜଣ ଚିକିତ୍ସିତ ହେଉଛନ୍ତି । ୨୭୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଯାଇଥିବା ବେଳେ ଓଡ୍ରାଫ, ଏନଡିଆରଏଫ୍, ଓ ଫାୟାର ସର୍ଭିସର ୧୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେବଳ ସେତିକି ନୁହେଁ ଗଜପତିର ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହୋଇଛି । ଗଞ୍ଜାମରେ ସର୍ବାଧିକ ୬୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *